ସିପିଆଇ ତରଫରୁ ଜନବସତି ଅଞ୍ଚଳକୁ ବାଦ ଦେଇ କୁଳଡିହା ଅଭୟାରଣ୍ୟର ସୀମା ଧାର୍ଯ୍ୟ ପାଇଁ ଦାବି
ସୋର (ଭଞ୍ଜଦୂତ, ନିପ୍ର):ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ବାଲେଶ୍ଵର ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକ କମରପୁର ସ୍ଥିତ ସଂଗ୍ରାମୀ ଭବନରେ, ବରିଷ୍ଠ ସାଥି ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ନବ ନିର୍ବାଚିତ ରାଜ୍ୟ ସମ୍ପାଦକ ଡକ୍ଟର ପ୍ରଶାନ୍ତ ମିଶ୍ର ଏଥିରେ ଯୋଗଦେଇ, ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା, ଆଦିବାସୀ ଅଧୁଷିତ ପ୍ରାକୃତିକ ଖଣିଜ ସମ୍ପଦ ଭରା ଅଞ୍ଚଳକୁ ବେଦାନ୍ତ ହାତରେ ସମର୍ପି ଦେବାକୁ ଯୋଜନାକୁ ଦୃଢ଼ ବିରୋଧ କରାଯିା ସହ ୧୯୪୮ କାରଖାନା ଆଇନକୁ ଉଲଂଘନ କରି ଶ୍ରମିକ ମାନଙ୍କୁ ଶୋଷଣ ସହ ବେକାର କରାଇବାକୁ,ଓଡିଶା ସରକାରଙ୍କ ରାଜ୍ୟ କ୍ୟାବିନେଟରେ ୮ଘଣ୍ଟା ଶ୍ରମ ପରିବର୍ତ୍ତେ ୧୦ ଘଣ୍ଟା ଶ୍ରମ ସମୟ ବୃଦ୍ଧିକୁ ଦୃଢ ନିନ୍ଦା କରିଥିଲେ। ଶ୍ରମିକ ଶ୍ରେଣୀ ଏହାର ଉଚିତ ଜବାବ ଦେବାକୁ ଆହ୍ୱାନ
ଦେଇଥିଲେ। ସେହିପରି ପୂର୍ବତନ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ରାଜ୍ୟ ସହ ସମ୍ପାଦକ ଖିରୋଦ ସିଂଦେଓ ଯୋଗଦେଇ କୁଳଡିହା ଅଭୟାରଣ୍ୟ ଇକୋ ସେନସିଟିଭ ଜୋନର ସୀମା ନିର୍ଧାରଣ ବେଳେ,ଶତାଧିକ ବର୍ଷର ଜନବସତୀ ଗ୍ରାମ ଗୁଡିକୁ ଇକୋ ସେନସିଟିଭ ଅଞ୍ଚଳ ମଧ୍ୟରୁ ବାଦ ନଦେବା ଫଳରେ ସାଧାରଣ ଲୋକ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ କତୃପକ୍ଷଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ,ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ବାସ୍ତବତା ଦୃଷ୍ଟିରୁ ଅଭୟାରଣ୍ୟ ପାଇଁ ଧାର୍ଯ୍ୟ ସୀମା ଆଇନ ଅନୁଯାଇ ଜନବସତୀ ଠାରୁ ୧୦ କିଲୋମିଟର ଦୂରରେ ଥିବା ନୀଳଗିରି, ଔପଦା ଏବଂ ସୋର ବ୍ଲକର କେତେକ ପଞ୍ଚାୟତର ଗ୍ରାମ ଗୁଡିକୁ ତୁରନ୍ତ ବାଦ ଦିଆଯାଇ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ ପାଇଁ ଦାବୀ କରିଥିଲେ। ସାଥି ନିରଞ୍ଜନ ବାରିକ ଆନ୍ଦୋଳନ ସମ୍ପର୍କରେ ସୂଚନା ଦେଇ ଜନ ବସତିର ସୁରକ୍ଷା ପାଇଁ କୃଷକ ସଭା ଏବଂ ଭିଟାମାଟି ସୁରକ୍ଷା ମଞ୍ଚ, ନଭେମ୍ବର ପହିଲାରୁ ଶ୍ୟାମସୁନ୍ଦର ପୁର ପଞ୍ଚାୟତ ଠାରୁ ଜନ ସଚେତନତା କ୍ଷର୍ଯ୍ୟ କ୍ରମ ଆରମ୍ଭ ହୋଇ ନଭେମ୍ବର ୭ ରେ ମହାସମାବେଶ ବାଲେଶ୍ୱର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନୁଷ୍ଠିତ ହେବବୋଲି ଘୋଷଣା କରିଥିଲେ।
ଅନ୍ୟତମ ରାଜ୍ୟ ସହ ସମ୍ପାଦକ ସାଥି ଜୟନ୍ତ ଦାସ ଯୋଗଦେଇ, ଆସନ୍ତା ଡିସେମ୍ବର ମାସ ୨୬ ତାରିଖରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସମାପନ ହେବାକୁଥିବା ଶହେବର୍ଷ ପୂର୍ତ୍ତି ଉତ୍ସବକୁ ଭଦ୍ରକ, ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାକୁ ନେଇ ବାଲେଶ୍ଵର ସହରରେ ଶତବାର୍ଷିକ ଉଦଯାପନୀ ସମାରୋହ ଡିସେମ୍ବସର ୧୭ ରେ ପାଳନ କରାଯିବା ପାଇଁ ଘୋଷଣା କରିଥିଲେ।
ବାଲେଶ୍ୱର ଜିଲ୍ଲା ସମ୍ପାଦକ କମ୍ରେଡ୍ ଭାଗବତ ପ୍ରତିହାରୀ ୨୪ ତମ ରାଜ୍ୟ ସମ୍ମିଳନୀରେ ଗୃହୀତ ପ୍ରସ୍ତାବ ସହ ବିଭିନ୍ନ କାମ ଦାମର ରିପୋର୍ଟ ଉପସ୍ଥାପନ କରିଥିଲେ।ସହ ସମ୍ପାଦକ କମ୍ରେଡ ମାୟାଧର ନାୟକ,
ପୂର୍ବତନ ଜିଲ୍ଲା ସମ୍ପାଦକ କମ୍ରେଡ୍ କୈଳାଶ ଚନ୍ଦ୍ର ପାଣ୍ଡା, ଶ୍ୟାମସୁନ୍ଦରପୁର ସରପଞ୍ଚ କମ୍ରେଡ୍ ପୁରୁଷୋତ୍ତମ ସେଠୀ, ପ୍ରକୃତିମିତ୍ର କମ୍ରେଡ୍ ମନୋରଞ୍ଜନ ଦାସ, ଆଇନଜୀବି କମ୍ରେଡ୍ ଗୌରହରି ବେହେରା, କମ୍ରେଡ୍ ଅଜୟ ପଟ୍ଟନାୟକ, ନିଲଗିରି ଅଞ୍ଚଳ ସମ୍ପାଦକ କମ୍ରେଡ୍ ବିଜୟ କୁମାର ଶ, ଜିଲ୍ଲା କାର୍ଯ୍ୟକାରି ସଦସ୍ୟ କମ୍ରେଡ୍ ପ୍ରଭାବତୀ ଦାସ ପ୍ରଭୃତି ବୈଠକରେ ବିଭିନ୍ନ ବିଷୟ ନେଇ ଆଲୋଚନା କରିଥିଲେ।ଶେଷରେ
କମ୍ରେଡ୍ ଅନାମପ୍ରସାଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।
