*ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ବ୍ୟାପକ ତଲାସୀ ଅଭିଯାନ* ।
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ବ୍ୟାପକ ତଲାସୀ ଅଭିଯାନ ଚାଲିଛି l ଗତ ୨୭ତାରିଖ ରେ ବିଭାଗୀୟ ଅଧିକାରୀ ଯାଞ୍ଚ କରି ୨୪୦ ଲି ହାତ ରନ୍ଧା ମଦ, ,୫୪.୮ ଲି ବାହାର ଭାଟି ମଦ ଏବଂ ୫୧୦୦ କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୩ ଲକ୍ଷ ୧୬ ହଜାର ୭ ୦୦ ଟଙ୍କା ହେବ l ଅଦ୍ୟାବଧି ଅବକାରୀ ବିଭାଗ ୬୯ଲି ବିଅର୍, ୩୮ଲି ବିଦେଶୀ ମଦ, ୪୬୬୫ ଲି ହାତ ରନ୍ଧା ମଦ,୧୧୨୫ ଲି ବାହାର ଭାଟି ମଦ ,୨୬ କେଜି ଗଞ୍ଜେଇ, ୧୪ ଲି କଫ୍ ସିରପ ଏବଂ ୧୧୧୩୫୦ କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୭୯ ଲକ୍ଷ ୫୨ ହଜାର ୬୪୨ ଟଙ୍କା ହେବ l ଏହା ସହିତ ପାଞ୍ଚ ଗୋଟି ବାଇକ୍ ଏବଂ ଏକ ଚାରିଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛନ୍ତି l ବର୍ତ୍ତମାନ ସୁଦ୍ଧା ୧୫୧ ଟି ଅବକାରୀ କେଶ୍ ରୁଜ୍ଜୁ ହୋଇଛି ଓ ୯୦ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧିକ୍ଷକ ଜଣାଇଛନ୍ତି l
ନିର୍ବାଚନ ସମୟରେ ବେଆଇନ୍ ଅବକାରୀ ସାମଗ୍ରୀ ଚାଲାଣ ଓ କାର୍ଯ୍ୟକଳାପ ସମ୍ପୂର୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଟିମ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l
