*ଉପ ନିର୍ବାଚନନୂଆପଡା ଜିଲ୍ଲା ଖରୀଆର ରୋଡ ସ୍ଥିତ ଗୁଜୁରାତି ଭବନ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ,* ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଖରୀଆର ରୋଡ ସ୍ଥିତ ଗୁଜୁରାତି ଭବନ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହି ସମ୍ମିଳନୀ ରେ ଜିଲ୍ଲା ସଭାପତି କମଳେଶ ଦୀକ୍ଷିତ ମଞ୍ଚ ପରିଚାଳନା କରିଥିବା ବେଳେ ରାଜ୍ୟ ସଭାପତି ମନ ମୋହନ ସାମଲ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଯୋଗ ଉପ ନିର୍ବାଚନ ପରିପେକ୍ଷିରେ ଦେଇ ଦଳର ଏକ ମାତ୍ର ମୁଦ୍ଦା ବିକାଶ ନେଇ ଅଞ୍ଚଳ ର ବିକାଶ ନେଇ କାମ କରିବେ ବୋଲି କହିଥିଲେ। ଜୟ ଢୋଲକିଆ ଡବଲ ଇଞ୍ଜିନ ର ସରକାର ଙ୍କ ବିକାଶ ନେଇ ସାମିଲ ହୋଇଥିବା ବେଳେ ନୂଆପଡ଼ା ବିକାଶ ହେବ ବୋଲି କହିଥିଲେ। ନୂଆପଡ଼ା ବିକାଶ ରାଜ୍ୟ ର ବିକାଶ ଏବଂ ଦେଶର ବିକାଶ ହେବ। ୨୪ ବର୍ଷ ରେ ହୋଇଥିବ କାର୍ଯ୍ୟ କଥା ଦେଖିଥିବା ବେଳେ ୧୬ ମାସ ରେ ହୋଇଥିବା ବିକାଶ ମଧ୍ୟ ଦେଖିଛନ୍ତି। ଖରୀଆର ରୋଡ ଏନ୍ ଏ ସି ର ବିକାଶ ନେଇ ଏକ ଉଦାହରଣ ଦେଇଥିଲେ। ଖରୀଆର ରୋଡ ଏନ୍ ଏ ସି କୁ ନଗର ଉନ୍ନୟନ ମନ୍ତ୍ରୀ ଆସି ଅର୍ଥ ପ୍ରଦାନ କରି ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ କରିଛନ୍ତି। ବିଜେପି ବିକାଶ କାର୍ଡ ଖେଳିଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଇ ପ୍ରକାଶ କରିଛନ୍ତି। ସାମଲ ଯୋଗ ଦେଇ ସାମଗ୍ରିକ ବିକାଶ, ୧୭ ଲକ୍ଷ କୋଟି ଶିଳ୍ପ ନିବେଶ ଓଡ଼ିଶା ରେ ପ୍ରଥମ ବୋଲି କହିଥିଲେ।
