ବିଭିନ୍ନ ସ୍ଥାନରେ ଖଣି ବିଭାଗ ଏବଂ ତହସିଲଦାର ଙ୍କ ମିଳିତ ଚଢଉ।
ସୋର: ଯେତେ ଚୋରା ବେଆଇନ ପଥର ଓ ବାଲି ଗାଡି ଜବତ କଲେ ମଧ୍ୟ ଏହା ବନ୍ଦ ହେବାର ନାଁ ଧରୁନି ବରଂ ବଢିବାରେ ଲାଗିଛି। ବାଲେଶ୍ୱର ଖଣି ବିଭାଗ ଓ ସୋର ତହସିଲ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ତିନୋଟି ବାଲି ବୋଝେଇ ଗାଡି ଜବତ କରାଯାଇଛି। ଆଜି ସକାଳେ ସୋର ତହସିଲଦାର ଦୈତାରି ମଲ୍ଲିକ ଓ କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଏକ ଟିମ ସହ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ବେଆଇନ ବାଲି ବୋଝେଇ ଗାଡିର କାଗଜପତ୍ର ଯାଞ୍ଚ କରୁଥିଲେ ଏହି ସମୟରେ ଓଡ଼ି ୨୯ ଇ ୮୮୬୨, ଓଆର ୦୧ ପି ୪୮୦୭ ଏବଂ ଓଡ଼ି୨୨ ଡବ୍ଲୁ ୮୮୪୫ ନମ୍ବର ବିଶିଷ୍ଟ ତିନୋଟି ବେଆଇନ ବାଲି ବୋଝେଇ ଗାଡିକୁ ଜବତ କରି ସୋର ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଚଢ଼ାଉ ହେଉଥିବା ଜାଣିପାରି ୨୫ ରୁ ଉର୍ଦ୍ଧ ଗାଡି ରାସ୍ତା ର ଗତିପଥ ବଦଳାଇ ଫେରାର ହୋଇଯାଇଥିଲେ।
