ଡାଳ କାଟୁଥିବା ବେଳ ଡାଳପଡ଼ି ଜେଣ ଗୁରୁତର
ସୋର, (ନିପ୍ର)- ସୋର ବ୍ଲକ ବାଳଙ୍ଗ ଛକ ନିକଟରେ ଗଛ କାଟୁଥିବା ବେଳେ, ଗଛ ତଳେ ଛିଡା ହୋଇଥିବା ଜଣେ ଯୁବକଙ୍କ ମୁଣ୍ଡରେ ଡାଳ ପଡି ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଚିତ୍ତଳ ଗ୍ରାମର ବିନୋଦ ମହାଳିକ(୫୨) ବାଳଙ୍ଗ ଛକ ନିକଟରେ ଥିବା ଏକ ଗଛ କାଟିବାକୁ ଆସିଥିବା ବେଳେ ,ଜଣେ ଗଛ କାଟୁଥିଲେ ଓ ବିନୋଦ ତଳେ ଛିଡା ହୋଇଥିଲେ। ଏହି ସମୟରେ ଗଛ ଡାଳ ତାଙ୍କ ମୁଣ୍ଡରେ ପଡିବାରୁ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ନେଇଥିବା ବେଳ ସେଠାର ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି
