ଜେଜେ ମାଆ ଦଶାହ କ୍ରିୟା ବେଳେ ନାତିର ଅକାଳ ମୃତ୍ୟୁ
(ଶନିବାର) ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତ ଇଚ୍ଛଦା ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ଜେଜେ ମାଆ ଶୁଦ୍ଧିକ୍ରିୟାରେ ଗାଧାଉଥିବା ବେଳେ 22ବର୍ଷୀୟ ନାତିର ଅକାଳ ମୃତ୍ୟୁ ଘଟିଛି।ମୃତ ଯୁବକ ଅଞ୍ଜନ କୁମାର ପାଣି ଓ ସସ୍ମିତା ପାଣିଙ୍କ ୨୨ ବର୍ଷୀୟ ପୁଅ ପ୍ରକାଶ କୁମାର ପାଣି ଜେଜେମା’ ତୁଳସୀ ପାଣିଙ୍କ ଦଶାହ ଶୁଦ୍ଧିକ୍ରିୟାରେ ନିକଟସ୍ଥ ରେବ ନଦୀରେ ସ୍ନାନ କରିବାକୁ ଯାଇଥିଲେ। ସ୍ନାନ ସମୟରେ ଅସାବଧାନତା ବଶତଃ ଗୋଡ଼ ଖସି ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ ଦୀର୍ଘ ସମୟ ଖୋଜାଖୋଜି କରି ପାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ସ୍ବର୍ଗତ ପ୍ରକାଶ ଭୁବନେଶ୍ୱରର ଏକ ଘରୋଇ କଲେଜରେ ବି ଟେକ କରୁଥିଲେ । ଏବଂ ହାଇଦ୍ରାବାଦ ର ଏକ ଘରୋଇ କମ୍ପାନୀରେ ମାସିକ ୩୫୦୦୦ଟଙ୍କା ବେତନରେ ଚାକିରି କରିଥିଲେ।ଏ ଖବର ପ୍ରଚାରିତ ହେବାପରେ ଧାମନଗର ବିଧାୟକ ତଥା ଊଚ୍ଚ ଶିକ୍ଷ୍ୟା ଯୁବ ବେପାର ଓ କୀଡା ସଂସ୍କୃତି ମନ୍ତ୍ରୀ ସୂଯ୍ୟବଂଶୀ ସୂରଜ ଶୋକ ବ୍ୟକ୍ତ କରିବା ସହ ଉକ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି ।ସ୍ଥାନୀୟ ସରପଞ୍ଚ ପ୍ରତିନିଧି କପିଳେନ୍ଦ୍ର ବଳ, ସୋସାଇଟି ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ, ସୁଦର୍ଶନ ମାଝୀ,ରମଣୀ ରଞ୍ଜନ ଦାଶ,ରାଜକିଶୋର ଖଟୁଆ, ସମାଜସେବୀ ସୋମନାଥ ଶଙ୍ଖୁଆ, ଦିଲୀପ ପ୍ରଧାନ, ଗୋବର୍ଦ୍ଧନ ପ୍ରଧାନ, ବିମ୍ବାଧର ପାତ୍ର, ପ୍ରାକ୍ତନ ଶିକ୍ଷକ ନିତ୍ୟାନନ୍ଦ ଦାସ, ଶୈଳେନ୍ଦ୍ର ଜେନା, ନାରାୟଣ ସୁତାର, ସୁରେନ୍ଦ୍ର ନନ୍ଦୀ ପ୍ରମୁଖ ଙ୍କ ସହ ଭଗବାନପୁର ଚୂଡ଼ାକୁଟି ଧାମନଗର ଅଞ୍ଚଳ ବୋହୁ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଥିଲେ। ଶୋକାକୁଳ ପରିବେଶ ରେ ଗ୍ରାମ ନିକଟସ୍ଥ ଶ୍ମଶାନ ଶେଷ କୃତ୍ୟ ସଂପନ୍ନ ହୋଇଛି।ସ୍ବର୍ଗତ ପ୍ରକାଶ ପରିବାର ପାଇଁ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବାରୁ ତାର ମୃତ୍ୟୁରେ ପରିବାର ସମ୍ପୂର୍ଣ ବେସାହାରା ହୋଇଯାଇଛି।ଯଦି ତାଙ୍କର ଭଉଣୀ ଯିଏକି ଇଘରୋଇ ନରସିଂ ହୋମ୍ରେ ନର୍ସ ରୂପେ କାର୍ଯ୍ୟରତ ତାଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଗଲେ ତାଙ୍କ ପରବାର ପାଇଁ ବଡ଼ ସାହାଯ୍ୟ ହେବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।
