ଗାଧୋଇବା ସମୟରେ କେନାଲ ରେ ବୁଡି ମହିଳା ଙ୍କ ମୃତ୍ୟୁ।
ସୋର,,,,(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ): ସାଳନ୍ଦୀ କେନାଲରେ ଗାଧଉଥିବା ବେଳେ ପାଣିରେ ବୁଡି ଜଣେ ମହିଳା ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସୁଚନା ମୁତାବକ ସୋର ବ୍ଲକ ମହୁମୁହାଣ ପଞ୍ଚାୟତ କାଳନ୍ଦୀପାଟଣା ଗ୍ରାମ ଦେଇ ଯାଇଥିବା ସାଳନ୍ଦୀ କେନାଲରେ ଆଜି ମଧ୍ୟାହ୍ନରେ ମିନତୀ ସିଂ ଗାଧଉଥିବା ବେଳେ ତାଙ୍କ ଗୋଡ ଖସିଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଦିର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ନପାଇ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର ଏକ ଟିମ କେନାଲରେ ଦୀର୍ଘ ୧ ଘଣ୍ଟା କାଳ ଖୋଜାଖୋଜି କରିବା ପରେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋର ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
