୩ ଟି ନୂତନ ଗୃହ ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ।
ସ୍ଥାନ ପରଜଙ୍ଗ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ପରଜଙ୍ଗ ଠାରେ ୩ ଟି ନୂତନ ଗୃହ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ କରାଯାଇଥିଲା। ଏଠାରେ ମାନ୍ୟବର ସାଂସଦ ଢେଙ୍କାନାଳ ଶ୍ରୀଯୁକ୍ତ ରୁଦ୍ରନାରାୟଣ ପାଣିଙ୍କ କରକାମଳରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଅଛି। ମୁଖ୍ୟତିଥି ମାନ୍ୟବର ବିଧାୟକ ପରଜଙ୍ଗ ଶ୍ରୀଯୁକ୍ତ ବିଭୁତି ଭୂଷଣ ପ୍ରଧାନ ଓ ସମ୍ମାନିତ ଅତିଥି ମାନନୀୟା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ଦଳବେହେରା,ମାନନୀୟା ଉପଧ୍ୟକ୍ଷା ଶ୍ରୀମତୀ ଯଶସ୍ୱିନୀ ରାଉତ ଓ ମାନ୍ୟବର ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ନିରାକାର ପ୍ରଧାନ ଓ ଜିଲ୍ଲା ମହିଳା ମୁର୍ଚ୍ଛା ସଭାନେତ୍ରୀ ବନାଲାତା ମହାନ୍ତି ଙ୍କ ଉପସ୍ଥିତରେ ନୂତନ ଗୃହ ଭିତ୍ତିପ୍ରସ୍ତର ସ୍ଥାପନ କରା ଯାଇଥିଲା। ଏଠାରେ ୩ ଟି ଗୃହ ମଧ୍ୟରୁ ଗୋଟିଏ ରାଜସ୍ବ ନିରୀକ୍ଷକ କାର୍ଯାଳୟ ଓ ଅନ୍ୟତମ ଦୁଇ ଟି ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ସହ ୫୦ମେଟ୍ରିଟନ ଗୋଦାମ ଗୃହ ନିର୍ମିତ ହେବ। ଏହି ରାଜସ୍ବ ନିରୀକ୍ଷକ କାର୍ଯାଳୟ ସହ ଅଧିବାସୀ ଗୃହ ଟି ୮୧୨ ବର୍ଗଫୁଟ ୩୩ ଲକ୍ଷ ଆନୁମାନିକ ମୂଲ୍ୟ, ଗୋଦାମ ଗୃହ ୬୨୪ ବର୍ଗଫୁଟ ୯ଲକ୍ଷ ଓ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ଟି ୫୧୨ ବର୍ଗଫୁଟ ୮ଲକ୍ଷ ମୁଲାୟମ କରାଯାଇଥିବା ବେଳେ ୨/୨୬ରେ କାର୍ଯ୍ୟକ୍ଷମ ତାରିଖ ରଖାଯାଇଛି। ଏଥିସହ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଶିବଜ୍ୟାତି ସାହୁ, କନିଷ୍ଠ ଯନ୍ତ୍ରୀ ହେମନ୍ତ କୁମାର ଜେନା, ପରଜଙ୍ଗ ତହସିଲଦାର ସୁଦେବ କୁମାର ପୃଷ୍ଟି,ପ୍ରାଥମିକ କୃଷି ସମବାୟ ସମିତି ଜିଲ୍ଲା ରେଜିଷ୍ଟର ଉମାଶଙ୍କର ଦାସ, ଉପରେଜିଷ୍ଟ୍ରର ଆମର ଜୟ ଦାସ ଙ୍କ ସମେତ ଠିକାଦାର ଜ୍ଞାନେଦ୍ର ଧର,ଚନ୍ଦନ ମହାରଣା ଓ ରଶ୍ମି ରଞ୍ଜନ ବେହେରା ଉପସ୍ଥିତ ରହି ୩ଟି ନୂତନ ଗୃହ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
