*ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସରକାରଙ୍କ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ରେ ପରୀକ୍ଷା ବ୍ୟବସ୍ଥା ନୂତନ ଶିକ୍ଷା ନୀତି କୁ ସହାୟକ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଳା ଠାରେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସରକାରଙ୍କ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ରେ ପରୀକ୍ଷା ବ୍ୟବସ୍ଥା ନୂତନ ଶିକ୍ଷା ନୀତିକୁ ସହାୟକ ହେବ। ପରୀକ୍ଷା ବ୍ୟବସ୍ଥା ଦ୍ଵାରା ଛାତ୍ର ଛାତ୍ରୀଙ୍କୁ ନିଜ ଶିକ୍ଷା ର ମାନ ବୃଦ୍ଧି ସହ ଉପର ଶ୍ରେଣୀ ରେ ଦେଖାଯାଉଥିବା ସମସ୍ୟା ଦୂରୀଭୂତ ହେବ। ପଞ୍ଚମ ଅଷ୍ଟମ ଶ୍ରେଣୀ ରେ ଛାତ୍ର ଛାତ୍ରୀ ମାନେ ପାସ ମାର୍କ ରଖିବା ଜରୁରୀ ଅଟେ। ଯଦି ସେମାନେ ପାସ ହୋଇଣ ଥିବା ତେବେ ଗୋଟିଏ ବର୍ଷ ସେହି ଶ୍ରେଣୀ ଅଧ୍ୟୟନ କରିବା ସୁଯୋଗ ଦିଆଯିବ। ପୂର୍ବରୁ ପରୀକ୍ଷା ନଥିବା କାରଣ ରୁ ଉପର ଶ୍ରେଣୀ ରେ ସମସ୍ୟା ଦେଖାଯାଉଥିଲା। ଏହି ବ୍ୟବସ୍ଥା ଦ୍ଵାରା ସମସ୍ୟା ଦେଖାଯିବ ନାହିଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।
