ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି ଅନୁଷ୍ଠିତ।
(ଉତ୍ତମ କୁମାର ଦାସ)
ବିଂଝାରପୁର ବ୍ଲକ ଅନ୍ତର୍ଗତ ବରପଦା ପଞ୍ଚାୟତ ଅଧିନ ଦଳବଦ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସତ୍ୟଭାମା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି ପ୍ରତିଯୋଗିତା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନାଦି ଚରଣ ସାମଲଙ୍କ। ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବଳରାମ ପତି, ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥିଭାବେ ସମାଜସେବୀ ଶିଶିର କୁମାର ନାୟକ, ପ୍ରଧାନ ଶିକ୍ଷକ ଆର୍ଯ୍ୟନାରାୟଣ ପଣ୍ଡା,ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଜଗବନ୍ଧୁ ଯେନା, ଯୋଗଦାନ କରିଥିଲେ। ଏହି ଉତ୍ସବରେ ଗୀତ, ନୃତ୍ୟ, ଚିତ୍ରାଙ୍କନ, ବକ୍ତୃତା, ସାଧାରଣ ଜ୍ଞାନ, ରଚନା ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ୪୦୦ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ପର୍ଶୁରାମ ସାମଲ, ଅଭୟ ଚରଣ ଖୁଣ୍ଟିଆ,ବାସୁଦେବ ଯେନା, ସୁବାସ ଚନ୍ଦ୍ର ସାହୁ, ଦିଲୀପ କୁମାର ସାମଲ, ଅଭିମନ୍ୟୁ ସାହୁ, ନିରୁପମା ରାଉତ, ଅକ୍ଷୟ କୁମାର ମଲିକ, ପଞ୍ଚାନନ ମିଶ୍ର, ବୈଦ୍ୟନାଥ ପରିଡା, ମମତା ସାହୁ, ପ୍ରଭାତି ସାହୁ, ରବି ନାରାୟଣ ଦାଶ, ପୁଷ୍ପାଞ୍ଜଳି ସାମଲ, ଶଶିରେଖା ଯେନା, ବାସୁଦେବ ପଣ୍ଡା, କମଳାକାନ୍ତ ସାମଲ, ପ୍ରଶାନ୍ତ ଭଦ୍ର, ବିଦ୍ୟାଳୟ ତରଫରୁ ଶୁକଦେବ ମୁଣ୍ଡା, ବ୍ରହ୍ମାନନ୍ଦ ବାରିକ, ସତ୍ୟରଞ୍ଜନ ସାହୁ, ଦେବାଶିଷ ରଣା, ମଧୁସ୍ମିତା ସେଠି, ପୁର୍ବା ଭଦ୍ର, ଶେଷଦେବ ଯଜ୍ଞ, ନଟବର ତ୍ରିପାଠୀ, ନାରାୟଣ ପାତ୍ର, ଶତାଦ୍ଦୀ ତନୟା ଦାସ, ବିଦୁ ବିନୋଦିନୀ ବାରିକ, ଆଦି ସହଯୋଗ କରିଥିଲେ।
