ସ୍ବର୍ଗତ ଶାନ୍ତିଲତା ପାତ୍ର ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ମେଗା ରକ୍ତଦାନ ଶିବିର।
ଗୋପାଳପୁର -ମହାବୀର ନିବାସ, ଭିଆଇପି ରୋଡ, ଗୋପାଳପୁରସ୍ଥିତ ବାସଭବନ ଠାରେ ସ୍ବର୍ଗତ ଶାନ୍ତିଲତା ପାତ୍ର ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତି ଉଦ୍ଦେଶ୍ୟ ରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ପରିସ୍ଥିତି ରେ ରକ୍ତ ର ଘୋର ଅଭାବ ଦେଖାଯାଉଥିବା ବେଳେ ଅଭାବକୁ ଦୂର କରିବା ପାଇଁ ଏହା ଏକ ଅଭିନଵ ପ୍ରୟାସ ଏବଂ ରକ୍ତ ପାଇଁ କୌଣସି ଲୋକଙ୍କ ଜୀବନ ଯେପରି ନ ଯାଉ ବୋଲି ସ୍ବର୍ଗତ ଶାନ୍ତିଲତା ଙ୍କ ପୁତ୍ର ତଥା ସମାଜସେବୀ ଏମ ଶିବ ପାତ୍ର କହିଥିଲେ। ରକ୍ତଦାନ ମହତ ଦାନ ହୋଇଥିବାରୁ ଲୋକମାନେ ସ୍ୱଇଚ୍ଛା ରେ ଆସି ରକ୍ତଦାନ କରିଥିଲେ।ଏହିପରି ମହତ କାର୍ଯ୍ୟ ର ଆୟୋଜିତ ହୋଇଥିବା ଯୋଗୁଁ ବିଭିନ୍ନ ରାଜନୈତିକ ଦଳ ର ଅଂଶଗ୍ରହଣ କରିଥିବା ନେତୃବୃନ୍ଦପୁଷ୍ପମାଲ୍ୟ ଅର୍ପଣ କରି ଭୁୟସୀ ପ୍ରଶଂସା କରିବା ସହ ମହତ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଥିଲେ।ବ୍ରହ୍ମପୁର ବଡ଼ଡାକ୍ତରଖାନା ର କର୍ମଚାରୀ ମାନଙ୍କ ସହଯୋଗ ରେ ରକ୍ତଦାନ ଶିବିର ସୁପରିଚାଳିତ ହୋଇଥିବା ଯୋଗୁଁ ଏମ ରାମହରି ପାତ୍ର ଧନ୍ୟବାଦ ଜଣାଇଥିଲେ। ଏହି ରକ୍ତଦାନ ଶିବିରରେ ୧୧୨ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ନେଇ ମେଡିକାଲ ଅଧିକାରୀ ସୂଚନା ଦେଇଥିଲେ। ଗୋପାଳପୁର ନିର୍ବାଚନ ମଣ୍ଡଳୀର ଆପ ବିଧାୟକ ପ୍ରାର୍ଥୀ ନୀଳକଣ୍ଠ ରେଡ୍ଡୀ ପୁଷ୍ପମାଲ୍ୟ ଅର୍ପଣ କରି ଏହିପରି ମହତ କାର୍ଯ୍ୟ ସମାଜକୁ ନୂତନ ଦିଗଦର୍ଶନ ଦେବାରେ ସହାୟକ ହେବ ବୋଲି କହିଥିଲେ।
