ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ରାୟଗଡ଼ ଥାନ ଅନୁଷ୍ଠିତ।
ଗଜପତି (ଟିକି ଲିମା)
ରାଜ୍ୟ ସରକାରଙ୍କ ସଚେତନତା କାର୍ଯ୍ୟକ୍ରମ ଅନୁଯାୟୀ ଗଜପତି ଜିଲ୍ଲା ରାୟଗଡ଼ ପୁଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇ ଯାଇଅଛି । ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଧେଶ ରେ ରାୟଗଡ଼ ଥାନା ଅଧିକାରୀଣି କମଳା ଚୌଧୁରୀଙ୍କ ତତ୍ତ୍ୱାବଧାନରେ ଅଞ୍ଚଳର ନାଗରିକ, ବୁଦ୍ଧିଜୀବୀ, ପଞ୍ଚାୟତ ପ୍ରତିନିଧି, ଅଞ୍ଚଳବାସୀ ଉପସ୍ଥିତ ରହି ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ l ସାଇବର ଅପରାଧିଙ୍କ ଠାରୁ କିଭଳି ସୁରକ୍ଷିତ ରହିବେ ଏନେଇ ଥାନାଧିକାରୀଣି ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇ ସଚେତନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଆଇଆଇସି କୃଷ୍ଣ ଚନ୍ଦ୍ର ମଲ୍ଲିକ ପରିଚାଳନା କରିଥିବାବେଳେ ଏସ୍ଆଇ ଶ୍ରୀ ସେଠୀଙ୍କ ସମେତ ଥାନାର ଅନ୍ୟ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ l
