ଉଦଳା ପୋଲିସ ଏବଂ ବନବିଭାଗ ରେଡ୍ — ବେଆଇନ ମାଙ୍କଡା, ମୋରମ ଓ ବାଲି ଗାଡି ଜବତ
ଉଦଳା – (ଭଞ୍ଜଦୂତ ନ୍ୟୁଜ)
ମୟୁରଭଞ୍ଜ ଜିଲ୍ଲାର ଉଦଳା ଥାନା ଓ ବନବିଭାଗର ମିଳିତ ଚଢ଼ାଉ ରେ ବେଆଇନ ମାଙ୍କଡା ପଥର, ମୋରମ ଏବଂ ବାଲି ବୋଝେଇ ଥିବା ଗାଡି ଜବଦ ହୋଇଛି। ଶିମିଳିପାଳ ପାଦଦେଶର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ବେଆଇନ ମୋରମ ଓ ବାଲି ଖନନ ବୃଦ୍ଧି ପାଉଛି। ଏହି ଅନଧିକୃତ ଖନନ ଫଳରେ ଜଙ୍ଗଲ ଅଞ୍ଚଳରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଉଛି, ଯାହା ଭବିଷ୍ୟତରେ ଜୀବଜନ୍ତୁ ମାନଙ୍କ ପାଇଁ ଗୁରୁତର ହାନି ସୃଷ୍ଟି କରିପାରେ। ହାତୀ, ବାଘ, ଭାଲୁ, ହରିଣ ପରି ପଶୁ ମାନେ ଏହି ଖାଲରେ ପଡ଼ି ଜୀବନ ହାରାଇପାରନ୍ତି — ଯାହା ମୟୁରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ପାଇଁ ଏକ ଅପୂରଣୀୟ କ୍ଷତି।
ସ୍ଥାନୀୟ ବୁଦ୍ଧିଜିବୀ ପରିବେଶବିତ ଓ ଲୋକମାନେ ପ୍ରଶାସନ ର ନିଦ୍ରାଭାଙ୍ଗ ଓ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ବେଆଇନ ଖଣି ମାଫିଆ ମାନେ ସ୍ପଟ ଦିବାଲୋକରେ ପ୍ରଶାସନକୁ ଅବହେଳା କରି ଚୋରା ଚାଲାଣ କରୁଛନ୍ତି।
ଏହି ସୂଚନା ମିଳିବା ପରେ, ଉଦଳା ଥାନା ଆଇ.ଆଇ.ସି. ବନମାଳୀ ବାରିକ ନିଜ ଦଳ ସହିତ ଆକ୍ସସନ ମୋଡ୍ରେ ଚଢ଼ାଉ କରିଥିଲେ।
ମାଣିକପୁର–ପଥୁରିଆ ଅଞ୍ଚଳରେ ବେଆଇନ ମୋରମ ଖାଦାନ କରୁଥିବା ବେଳେ , ମୋରମ ଖାଦାନରୁ ୬ ଗୋଟି ଟ୍ରାକ୍ଟର ସହ ଡ୍ରାଇଭରମାନଙ୍କୁ ଅଟକ କରି ତଦନ୍ତ ଆରମ୍ଭ କରାଯାଇଛି।
ଏହାସହିତ, ବୈରାଟପୁର ଅଞ୍ଚଳରୁ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବଦ ହୋଇଛି। ସେହିଭଳି ସନ୍ଧ୍ୟା ସମୟରେ ଉଦଳା ବନବିଭାଗ କଇଁସାରୀ ଅଞ୍ଚଳରୁ ବେଆଇନ ମାଙ୍କଡା ବୋଝେଇ ହେଇ ଯାଉଥିବା ଏକ ୪୦୭ ଗାଡିକୁ ଜବଦ କରିଛି।
ସମସ୍ତ ଜବଦ ହୋଇଥିବା ଗାଡି ଓ ସାମଗ୍ରୀ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଚାଲିଛି ବୋଲି ପୋଲିସ ଏବଂ ବନବିଭାଗ ପକ୍ଷରୁ ଜଣାଜାଇଛି।
ପୋଲସ ଓ ବନ ବିଭାଗର ମିଳିତ ଉଦ୍ୟମରେ ହେଇଥିବା ଏହି ସଫଳ ଅଭିଯାନ ପାଇଁ ଉଦଳା ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟିଛି।
ରିପର୍ଟର-ଶୁଭାଶିଷ ଚ଼ୌଧୂରୀ,ଭଞ୍ଜଦୂତ ଖବର
