ପୋଲକୁ ପିଟିଲା ବାଇକ ଜଣେ ମୃତ ଜଣେ ଗୁରୁତର।
ସୋର: ଭଦ୍ରକରୁ ବାହାନଗା ବାଇକ୍ ଅଭିମୁଖେ ଆସୁଥିବା ବେଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ରେଳ ଓଭର ବ୍ରିଜ ନିକଟରେ ପୋଲକୁ ପିଟିହୋଇ ଜଣେ ବାଇକ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ ହେଲେ ଭଦ୍ରକ ଅଂଚଳର ଲଡ଼ର ମୁର୍ମୁ ଓ ଗୁରୁତର ଜଣଙ୍କ ହେଲେ ମକରନ୍ଦ ସୁରେନ । ଉଭୟ ଆଜି ମଧ୍ୟହ୍ନରେ ଏକ ପଲସର ବାଇକ ଯୋଗେ ଭଦ୍ରକରୁ ବାହାନଗା ବାରିକପୁର ହାଟକୁ ଆସୁଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ରେଳ ଓଭରବ୍ରିଜରେ ପୋଲର ବାଡ଼ାକୁ ଧକା ଦେଇଥିଲେ। ଘଟଣା ସ୍ଥଳରେ ଲଡ଼ରଙ୍କର ମୃତ୍ୟୁ ହୋଇଥିବା ବେଳେ ମକରନ୍ଦ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଜାତୀୟ ପେଟ୍ରୋଲିଂ ପୁଲିସ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି।
