ସୋର ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ।
ସୋର -(ନିପ୍ର, ଭଞ୍ଜଦୂତ)ସୋର ରାଧାନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୋର ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ବିଧାୟକ ଶ୍ରୀଯୁକ୍ତ ମାଧବ ଧଡା ଉଦ୍ଘାଟନ କରିଥିଲେ। ସୋର ଗୋଷ୍ଠି ଶିକ୍ଷାଧିକାରିଣୀ ଶ୍ରୀମତୀ ସୋମାରାଣୀ ସେଠୀଙ୍କ ଅଧ୍ୟକ୍ଷତାରେ ଶ୍ରୀଯୁକ୍ତ ଧଡ଼ା ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ କୁନିକୁନି ପିଲାମାନଙ୍କର ଲୁକ୍କାୟିତ ପ୍ରତିଭା ପ୍ରସ୍ଫୁଟିତ ହୋଇଥାଏ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶେଖ୍ ଶାହାଦତ୍ ଅଲ୍ଲୀ, ସୋର ଫିଡର କ୍ଳଷ୍ଟର ସି ଆର ସି ସି ରବିନାରାୟଣ ଦାସ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସହଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୋମନାଥ ଦାସ ସ୍ବାଗତ ଭାଷଣ ସହ ସୁରଭି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମର ସଫଳ କ୍ରିୟାନ୍ଵୟନ୍ ଉପରେ ଆଲୋକପାତ କରିଥିଲେ। ସୋର ବ୍ଲକର ୧୭ଟି କ୍ଲଷ୍ଟରର ୨୩୦ ବିଦ୍ୟାଳୟରୁ ବିଭିନ୍ନ ବିଭାଗରେ ମୋଟ ୪୯୭ଜଣ ପ୍ରତିଭା ଧାରୀ ଅଂଶ ଗ୍ରହଣ କରି ନିଜ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ପ୍ରତିଯୋଗିତା ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସି ଆର ସି ସି ରବୀନ୍ଦ୍ର କୁମାର ବେହେରା, କମଳାକାନ୍ତ ସେଠୀ, ନାରାୟଣ ପ୍ରସାଦ ନାୟକ, ଅଜୟ କୁମାର ମଲ୍ଲିକ, ଉତ୍ପଳ ଲୋଚନ ମହାପାତ୍ର, ରବିନାରାୟଣ ଦାସ, ବରୁଣ କୁମାର ଜେନା,ଅନିଲ କୁମାର ସିଂ, ଅଶେଷ କୁମାର ପ୍ରଧାନ, ମଧୁସ୍ମିତା ମଲ୍ଲିକ, ରଶ୍ମିତା ପଣ୍ଡା,ପୂର୍ଣ୍ଣଚନ୍ଦ୍ର ପତି, କମଳା କାନ୍ତ ଶଙ୍ଖୁଆ , ମନୋଜ କୁମାର ରାଉତ ଓ ଅରୁଣ କୁମାର ମନ୍ତ୍ରୀ, ଶଶିକାନ୍ତ ସନ୍ଧିବିଗ୍ରହ , ଚକ୍ରଧର ନାୟକ, ସୁଜିତ କୁମାର ପାତ୍ର, ଉତ୍ତମ କୁମାର ବାରିକ, ସଂଘମିତ୍ରା ମହାପାତ୍ର, ସୁଇଟି ଲିମନ୍ ମହାନ୍ତି, ସର୍ବରୀ ଆଖତରୀ, ଜ୍ୟୋତିରଞ୍ଜନ ଜେନା,ସରୋଜିନୀ ରାଉତ ଏବଂ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।
