*ନୂଆପଡା ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସି ସାମ୍ବାଦିକ ସମ୍ମିଳନୀ ରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀ ରେ ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ଦଳୀୟ ପ୍ରାର୍ଥୀ ଜୟ ଢୋଲାକିଆ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ଜିଲ୍ଲା ସଭାପତି କମଲେ ଶ ଦୀକ୍ଷିତ ଏବଂ ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ଡ଼.ସୋନିଆ ଜୈନ୍ ଯୋଗ ଦେଇଥିଲେ। ନୂଆପଡ଼ା ରେ ଦଳୀୟ ପ୍ରାର୍ଥୀ ଶୀଘ୍ର ଘୋଷଣା ହୋଇଥିବା ବେଳେ ବିଜେପି ଦଳୀୟ ପ୍ରାର୍ଥୀଙ୍କୁ ବିଜୟ ନେଇ ସଙ୍ଗଠନ କାର୍ଯ୍ୟ ଆରମ୍ଭ ହୋଇଅଛି। ବିଶେଷ କରି ନୂଆପଡ଼ା କୁ ତାଙ୍କ ୪ ଥର ଗସ୍ତ କରିଥିବା ସେ ପ୍ରକାଶ କରିଛନ୍ତି। ନୂଆପଡ଼ା ଜିଲ୍ଲା ପ୍ରଥମ ଗସ୍ତ ମାରାଗୁଡ଼ା ମହୋତ୍ସବ ରେ ୩୨୦ କୋଟି ଘୋଷଣା କରି ବାରମ୍ବାର ନୂଆପଡ଼ା କୁ ଆସିବାକୁ ପଡ଼ିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଗତ ୬ ତାରିଖ ଦିନ ନୂଆପଡ଼ା କୁ ଆସି ୧୧ ଶହ ୧ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ , ଶିଳାନ୍ୟାସ ଏବଂ ଘୋଷଣା କରିଥିଲେ।ଆଜି ବିଜୟ ସଂକଳ୍ପ ସମାବେଶ ମିଶ୍ରଣ ପର୍ବ ରେ ବିଜେଡି ର ବହୁ କାର୍ଯ୍ୟକର୍ତ୍ତା, ନେତା ଓ ଜନ ପ୍ରତିନିଧି ମାନେ ସାମିଲ ହୋଇ ଦଳକୁ ମଜଭୁତ କରିଥିବା ବେଳେ ଦଳର ବିଜୟ କୁ ସୁନିଶ୍ଚିତ କରିଛନ୍ତି।
