*ନୂଆପଡ଼ା ଉପ ନିର୍ବାଚନ ନେଇ ଆଜି ପାଞ୍ଚ ଜନ ପ୍ରାର୍ଥୀ ୬ ଗୋଟି ଫାର୍ମ କ୍ରୟ, ସମୁଦାୟ ତୃତୀୟ ଦିନରେ ୧୫ ଗୋଟି ଫାର୍ମ ବିକ୍ରି*
ନୂଆପଡା (ମିଖାଏଲ ନନ୍ଦ)
ଉପ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଫର୍ମ ବିକ୍ରି ନେଇ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ପ୍ରଥମ ଦିନ ରେ ତିନି ଗୋଟି ଫର୍ମ ବିକ୍ରି ହୋଇଥିବା ବେଳେ ଦ୍ଵିତୀୟ ଦିନରେ ୬ ଗୋଟି ଫାର୍ମ ବିକ୍ରି ହୋଇଥିଲା ସେହିପରି ତୃତୀୟ ଦିନ ରେ ଆଜି ପାଞ୍ଚ ଜଣ ପ୍ରାର୍ଥୀ ୬ ଗୋଟି ଫାର୍ମ କ୍ରୟ କରିଛନ୍ତି। ସମୁଦାୟ ୧୪ ଜଣ ପ୍ରାର୍ଥୀ ୧୫ ଗୋଟି ଫାର୍ମ କ୍ରୟ କରିଛନ୍ତି। ଆଜି ଫାର୍ମ କ୍ରୟ କରିଥିବ ପ୍ରାର୍ଥୀ ମାନେ ହେଲେ ୧.ସୁଖଧର ଦଣ୍ଡସେନା ପାୱାର ତୋଳା,୨.ପୁରୁଷୋତ୍ତମ ବେହେରା ଯାଜପୁର,୩.ଭାନୁ ପ୍ରତାପ ସିଂ ମାଝୀ ଶିଆଳଲଟି, ୨ ଗୋଟି ଫର୍ମ କ୍ରୟ କରିଛନ୍ତି, ୪.ଗୋପାନ ସତାନାମି ପାୱାରତୋଳା ୫.ଜୟ ଢୋଲକିଆ ବିଜେପି ପ୍ରାର୍ଥୀ ରୂପେ ଫର୍ମ କ୍ରୟ କରିଛନ୍ତି
