ମହାପାତ୍ର ହେଲଥ୍ କେୟାର ଏବଂ ନର୍ସିଂ ହୋମ ସିଲ୍
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର) ::: ସୋର ଉତ୍ତରେଶ୍ଵର ରେ ଥିବା ମହାପାତ୍ର ହେଲ୍ଥ କେୟାର ଓ ନର୍ସିଂ ହୋମ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ସିଲ କରାଯିବା ସହିତ ନର୍ସିଂ ହୋମର ମାଲିକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଦିର୍ଘଦିନ ଧରି ଏହି ନର୍ସିଂହୋମରେ ଭୃଣହତ୍ୟା ଓ ଲିଙ୍ଗନିରୂପଣ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ମୂଳେ ବାଲେଶ୍ୱର ଜିଲ୍ଲାପାଳ ସୁର୍ଯ୍ୟବଂଶୀ ମୟୁର ବିକାଶ, ଉପ ଜିଲ୍ଲାପାଳ ଶିବ ମାଲବ୍ୟ, ସୋର ତହସିଲଦାର କୃଷ୍ଣ ମୋହନ ସିଂ, ବାହାନଗା ତହସିଲଦାର ଓ ସୋର ପୁଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ଏହି ସମୟରେ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ ହେବା ସହିତ, କାଗଜପତ୍ର ଓ କର୍ମଚାରମାନଙ୍କ ଶିକ୍ଷାଗତ ଯୋଗ୍ୟତା ବାବଦରେ ଯାଞ୍ଚ କରାଯାଇଥିଲା। ପରେ ବିଭିନ୍ନ ମେସିନ ସମେତ ମହାପାତ୍ର ହେଲଥକେୟାର ଓ ମହାପାତ୍ର ନର୍ସିଂ ହୋମକୁ ସିଲ କରାଯାଇଥିବା ଜଣାପଡିଛି।
