
ସୋର…..କିଛିଦିନ ହେବ ସୋର ସହର ର ବିଭିନ୍ନ ଗ୍ରାମ ମାନଙ୍କ ସମେତ ପୌରପାଳିକାର ର ବିଭିନ୍ନ ୱାର୍ଡ଼ ରୁ ଗୋରୁ ଓ ଷଣ୍ଡ ଚୋରି ହେଉଥିବା ର ଅଭିଯୋଗ ହୋଇ ଆସୁଛି। ଗତ ଦୁଇ ରୁ ତିନି ମାସ ଭିତରେ ୬୦ ରୁ ଅଧିକ ଗୋରୁ ଚୋରି ହୋଇଥିବା ନେଇ ମାଳିକ ମାନେ ସୋର ଥାନା ରେ ମୈଖିକ ଓ ଲିଖିତ ଅଭିଯୋଗ କରିଛନ୍ତି କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସ କାର୍ଯାନୁଷ୍ଠାନ ଶୂନ। ଏଥି ମଧ୍ୟରେ କେତକ କଅଁଳିଆ ବାଛୁରୀ ଥିବାରୁ ସେମାନେ ନିଜ ମାଆ ର ଫେରିବା ବାଟକୁ ଅନାଇ ହମ୍ବା ରଡି ଛାଡୁ ଥିବା ବେଳେ ଖିଆପିଆ ମଧ୍ୟ ଛାଡି ଦେଇଛନ୍ତି ଏହି ସମୟରେ ମାଳିକ ମାନେ ଉପାୟ ଶୂନ ହୋଇ ଅନ୍ୟ ଠାରୁ କ୍ଷୀର କିଣି କି ଆଣି ଛୁଆ ମାନଙ୍କୁ ଦେଉଛନ୍ତି। ଦୃବୁତ୍ତ ମାନେ ରାସ୍ତା କଡ଼ରେ ଆଶ୍ରୟ ନେଉଥିବା ଗୋରୁ ଓ ଷଣ୍ଡ ମାନଙ୍କୁ କୌଶଳ କ୍ରମେ ଧରି ଗାଡି ରେ ଅମାଣଷିକ ଭାବେ ନେଇଯାଉଛନ୍ତି। ବିଳମ୍ବିତ ରାତି ୧୨ ଟାରୁ ୩ ମଧ୍ୟରେ ଏପରି କାର୍ଯ କରୁଛନ୍ତି। ଶିରାପୁର ଖେଳ ପଡିଆ, ବାରାପୁର ଛକ ତଳନଘର ଛକ ମାନଙ୍କ ରେ ଗତ ଦୁଇଦିନ ତଳେ ଗାଇ ଚୋରି ହୋଇଥିବା ନେଇ ଥାନା ରେ ଅଭିଯୋଗ ହୋଇଛି। ସିସିଟିଭି ରୁ ଜଣା ପଡୁଛି କି ପ୍ରତେକ ବୁଧବାର ଓ ଶୁକ୍ରବାର ଦିନ ପିକ୍ ଅପ୍ ଓ ବୋଲେରୋ ମାଧ୍ୟମରେ ଗୋରୁ ମାନଙ୍କୁ ଭର୍ତ୍ତି କରି ଚୋରି କରି ନେଉଛନ୍ତି ଗୋ ତଷ୍କରି ମାନେ । ସୋର ରେ ଦିନ କୁ ଦିନ ଗୋ ତଷ୍କରି ମାନେ ମାତୁଥିବାର ଦେଖିବା କୁ ମିଳୁଛି। ଗୋ ତଷ୍କରି ମାନଙ୍କୁ ଯଦି କେହି ରାତି ରେ ଭେଟୁଛନ୍ତି ଓ ବିରୋଧ କରୁଛନ୍ତି ତ ସେମାନଙ୍କୁ ଭୁଜାଲି, ବନ୍ଧୁକ, ଖଣ୍ଡା ରେ ଆକ୍ରମଣ ମଧ୍ୟ କରୁଛନ୍ତି।