*ନୂଆପଡା ଉପ ନିର୍ବାଚନ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ରାଜ୍ୟ ସୀମା ରେ ଯାଞ୍ଚ ପର୍ତାଲ ଏବଂ ଜିଲ୍ଲା ସୀମା ପୋଲିସ ଅଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ସହର ଶେଷ ଭାଗ ରେ ରାଜ୍ୟ ସୀମା ଛତିଶଗଡ଼ କୁ ସୁଯୋଗ କରୁଥିବ ବେଳେ ଏହି ସୀମା ରେ ସୁରକ୍ଷା ବ୍ୟବସ୍ଥା କୁ ବୃଦ୍ଧି କରିଛନ୍ତି। ନୂଆପଡା ଉପ ନିର୍ବାଚନ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିବା ନୂଆପଡ଼ା ଏସପି ଅମୃତ ପାଲ ସିଂ ପ୍ରକାଶ କରିଛନ୍ତି। ଛତିଶଗଡ ରାଜ୍ୟ ସୀମା ରେ ଯାଞ୍ଚ ପର୍ତାଲ କରାଯାଉଥିବା ବେଳେ ବାହାରୁ ଆସିଥିବା ଜନ ବାହାନ କୁ ଯାଞ୍ଚ କରିଛନ୍ତି। ସେହିପରି ତିନି ଦିନ ତଳେ ଏସପି ଏବଂ ଆଇଜି ସ୍ତରୀୟ ବୈଠକ ହୋଇଥିବା ବେଳେ ରାଜ୍ୟ ଓ ଜିଲ୍ଲା ସୀମା ପୋଲିସ ଅଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକ ଏଡିପିଓ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଚଳିତ ନିର୍ବାଚନ କୁ ଦୃଷ୍ଟିରେ ରଖି ବିଭାଗ ସଦାବେଳେ ସତର୍କ ଥିବା ଏସ ପି ଅମୃତ ପାଲ ସିଂ ପ୍ରକାଶ କରିଛନ୍ତି।
