ବାଲେଶ୍ଵର ପୈାରପାଳିକା ସୀମା ନିର୍ଦ୍ଧାରଣ ସମୀକ୍ଷା ବୈଠକ :
ବାଲେଶ୍ୱର ଜିଲ୍ଲାପାଳଙ୍କ କନଫରେନ୍ସ ହଲ୍ରେ ବାଲେଶ୍ୱର ପୈାରପାଳିକା ସୀମା ନିର୍ଦ୍ଧାରଣ (Delimitation) ସମ୍ପର୍କିତ ବିଷୟରେ ଏକ ସମୀକ୍ଷା ବୈଠକ ପି.ଡି., ଡି.ଉ.ଡି.ଏ., ବାଲେଶ୍ୱରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ମାନ୍ୟବର ବିଧାୟକ ରେମୁଣା , ମାନ୍ୟବର ବିଧାୟକ, ବାଲେଶ୍ୱର, ମାନ୍ୟବର ସାଂସଦ ବାଲେଶ୍ୱରଙ୍କ ପ୍ରତିନିଧି, ବାଲେଶ୍ବର ପୈାରପାଳିକା ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ,କାର୍ଯ୍ୟନିର୍ବାହୀ ଅଧିକାରୀ, ଏବଂ ସମ୍ବନ୍ଧିତ ଗ୍ରାମପଞ୍ଚାୟତ ଗୁଡ଼ିକର ସରପଞ୍ଚମାନେ ଉପସ୍ଥିତ ରହିଥିଲେ ।
ପୂର୍ବତନ ପ୍ରସ୍ତାବ ଅନୁସାରେ ବାଲେଶ୍ୱର ସଦର ବ୍ଲକର 2ଟି ଗ୍ରାମପଞ୍ଚାୟତ ଓ ରେମୁଣା ବ୍ଲକର 7ଟି ଗ୍ରାମପଞ୍ଚାୟତକୁ ବାଲେଶ୍ୱର ମୁନିସିପାଲିଟି ସୀମାଭିତରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଲୋଚନା କରାଯାଇଥିଲା।
ସୀମା ଅନୁସାରେ ପ୍ରସ୍ତାବିତ ଗ୍ରାମପଞ୍ଚାୟତ/ଅଞ୍ଚଳଗୁଡ଼ିକ:
ସଦର ବ୍ଲକ: ପତ୍ରପଡା, ସରଗାଁ
ରେମୁଣା ବ୍ଲକ: ହରିପୁର, ବାଲିଆ, ଭିମପୁରା, କରଞ୍ଜିଆ, କୁରୁଡା, ସରସ୍ୱତୀପୁର, ଦହାପଡା
ଅତିରିକ୍ତ ଆଲୋଚିତ ଅଞ୍ଚଳଗୁଡ଼ିକ: ସମଗ୍ର ରେମୁଣା ଏନ.ଏ.ସି., ଆଳୁପୁର ଗ୍ରାମପଞ୍ଚାୟତ, ନଗ୍ରମ ଗ୍ରାମପଞ୍ଚାୟତ, ଗେଙ୍ଗୁଟି ଗ୍ରାମପଞ୍ଚାୟତ (ଅଂଶ), ହିଡିଗାଁ ଗ୍ରାମପଞ୍ଚାୟତ (ଅଂଶ), ଓ ରଣସାହି ଗ୍ରାମପଞ୍ଚାୟତ (ଅଂଶ) ।
ନୂତନ ପ୍ରସ୍ତାବ ତିଆରି ପୂର୍ବରୁ ସମ୍ପୂର୍ଣ୍ଣ ସର୍ଭେ ଓ ତଦନ୍ତ କରି ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ ନିଷ୍ପତ୍ତି ନିଆଯାଇଛି । ସଭାରେ ସମସ୍ତ ଅଧିକାରୀ ଓ ଜନପ୍ରତିନିଧିମାନେ ଗୁରୁତ୍ୱପୂର୍ଣ୍ଣ ମତାମତ ରଖିଥିଲେ ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ଅଧିକ ସୁସଂଗଠିତ ଭାବେ ଆଗେଇ ନେବାକୁ ନିଷ୍ପତ୍ତି ନିଆଗଲା।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
