ବାଲେଶ୍ୱରରେ ପୋଲିଓ ଦିବସ ପାଳିତ:
ବାଲେଶ୍ୱର,: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ପିପିସି କେନ୍ଦ୍ରରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ କୁମାର ବେହେରା ଶିଶୁକୁ ପୋଲିଓ ବୁନ୍ଦା ଖୁଆଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ।ପରେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପରେଶ ଚନ୍ଦ୍ର ନନ୍ଦୀ, ଡାକ୍ତର ସଂଜୀବ କୁମାର ପ୍ରଧାନ, ଜିଲ୍ଲା ସଞ୍ଚାଳନ ଅଧିକାରୀ ଶ୍ରୀଯୁକ୍ତ ଚକ୍ରଧର ଜେନା, ଡିଏମଆର୍ସିଏଚ ଜିତେନ୍ଦ୍ର ବିଶ୍ଵାଳ, ପ୍ରଦୀପ କୁମାର ସାହୁ, ବିଶ୍ବରଂଜନ ନାୟକ,ଶାଶ୍ଵତୀ ପରିଡା ଉପସ୍ଥିତ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇଥିଲେ।ଏହି ଅବସରରେ ସମଗ୍ର ଜିଲ୍ଲାରେ ୧୦୬୩ ଟି କେନ୍ଦ୍ର,୪୬ ଟି ଟ୍ରାଞ୍ଜିଟ ଦଳ ଏବଂ ୨୩ ଟି ଭ୍ରାମ୍ୟମାଣ ଦଳ ମାଧ୍ୟମରେ ୨୦୯୭୪୦ ଜନ ଶିଶୁ (୦-୫) ବର୍ଷ ଙ୍କୁ ଦୁଇ ବୁନ୍ଦା ପୋଲିଓ ଖୁଆଇବାର ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ୧୩୬୩୩୮ରୁ ଉର୍ଦ୍ଧ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଖୁଆ ଯାଇଅଛି । ଏହା ତା ୧୨.୧୦.୨୦୨୫ ଠାରୁ ୧୪.୧୦.୨୦୨୫ ରିଖ ପର୍ଯ୍ୟନ୍ତ ଚାଲିବ। ତା୧୨.୧୦.୨୦୨୫ ରିଖ ଦିନ ନିର୍ଦ୍ଧାରିତ କେନ୍ଦ୍ରରେ ପୋଲିଓ ବୁନ୍ଦା ଦିଆଯାଇଥିଲା ଏବଂ ୧୩ ଏବଂ ୧୪ ତାରିଖ ଦିନ କର୍ମୀ ମାନେ ପ୍ରତ୍ୟେକ ଘରକୁ ଘରକୁ ବୁଲି ପୋଲିଓ ବୁନ୍ଦା ଖାଇ ନଥିବା ଶିଶୁ ମାନଙ୍କୁ ଖୁଆଇବେ। ଏହି କାର୍ଯ୍ୟକ୍ରମରେ ୪୩୯୦ କର୍ମୀ ଏବଂ୨୧୯ ଜନ ପରିଦର୍ଶକ ନିୟୋଜିତ ହୋଇ କାର୍ଯ୍ୟକ୍ରମକୁ ଶତ ପ୍ରତିଶତ ସଫଳ କରାଇବା ପାଇଁ ପ୍ରତିଜ୍ଞାବଦ୍ଧ। ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
