ହରଭଙ୍ଗା ଖଣ୍ଡ କେଳାକଟା ଠାରେ ବିଜୟା ଦଶମୀ ଉତ୍ସବ ପାଳନ l
ବୌଦ୍ଧ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ଶତ ବାର୍ଷିକୀ ଉତ୍ସବ, ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ଖଣ୍ଡ ର ବିରନରସିଂପୁର ମଣ୍ଡଳ ର ମଥୁରା ପଂଚାୟତ ର କେଳାକଟା ଠାରେ ଆଜି ସମାରୋପ କାର୍ଯ୍ୟକ୍ରମ କେଳାକଟା ଶାଖା ସ୍ୱୟଂସେବକ ମାନଙ୍କୁ ନେଇ କାର୍ଯ୍ୟକ୍ରମ ହୋଇଥିଲା l ହରଭଙ୍ଗା ଖଣ୍ଡ ସଂଘ ଚlଳକ ମାନନୀୟ ରାଜକିଶୋର ଅଗ୍ରୱାଲl ସଂଘର 1925 ମସିହା ପ୍ରତିଷ୍ଠା ଠାରୁ ଘାତ ପ୍ରତିଘାତ କୁ ଭୃକ୍ଷେପ ନ କରି, ସଂଘ ର କାର୍ଯ୍ୟ ବିସ୍ତାର ର ଉଦାହରଣ ମାନ, ତାଙ୍କ ବୌଦ୍ଧିକ ରେ ରଖିଲେ l ବର୍ତ୍ତମାନ ଦେଶରେ ଅନ୍ତର ଓ ବହିର୍ର ଆକ୍ରମଣ ର ଯୋଜନା, ତଥା ଅନୁପ୍ରବେଶ କାରି ଙ୍କୁ ଦମନ କରାଯିବl ଦରକାର,ସେଥିପାଇଁ ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି ମତ ରଖିଥିଲେ l ଯେଉଁ ଜିହlଦୀ ମାନସିକତା ରେ, ହିନ୍ଦୁ ଙ୍କୁ ବିଭିନ୍ନ ଆଳରେ ଫସlଯାଉଛି, ସେଥିରୁ ସଚେତନ ଓ ବଂଚିତ ରହିବା ଜରୁରୀ ବୋଲି ଆଗ୍ରହ ରଖିଥିଲେ l ଶତ ବାର୍ଷିକୀ ଦୃଷ୍ଟିରୁ,ଆଗାମୀ ବର୍ଷ ତମାମ ସଂଘ ସପ୍ତ ସୂତ୍ରୀ କାର୍ଯ୍ୟକ୍ରମ ଓ ପଞ୍ଚ ପରିବର୍ତ୍ତନ ପାଳନ କରିବା ସଙ୍ଗେ ସଙ୍ଗେ, ପର୍ଯ୍ୟlବରଣ କୁ ପ୍ରାଧ୍ୟାନ ଦେଇ, ଫଳ, ଫୁଲ ଓ ଛାଇ ଦେଉଥିବା ଗଛ ହିଁ ରୋପଣ କରିବା ପାଇଁ ଆଗ୍ରହ ରଖିଥିଲେ l ଆଗାମୀ ନଭେମ୍ବର 11 ତାରିଖ ରୁ, ଡ଼ିସେମ୍ବର 11 ପର୍ଯ୍ୟନ୍ତ ସଂଘ ର ଶହେ ବର୍ଷ ର ସେବା କାମ ବିଷୟ କୁ ନେଇ, ଗୃହ ସମ୍ପର୍କ ଅଭିଯାନ, ସ୍ୱୟଂସେବକ ଭାଇ ମାନେ ଘର ଘର ସମ୍ପର୍କ କରିବା ପାଇଁ ଯୋଜନା କରିଥିବା, କଥା ରଖିଲେ lଜନ୍ମଭୂମି ଭାରତକୁ ସମୃଦ୍ଧିଶାଳୀ କରିବା ପାଇଁ ଉତ୍ତମ ନାଗରିକ ହିସାବରେ ଆମ ସମସ୍ତଙ୍କର କର୍ତ୍ତବ୍ୟ ବିଷୟରେ ସ୍ୱୟଂ ସେବକ ମାନଙ୍କୁ ଅବଗତ କରାଇଥିଲେ l ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ତଥା 1980 ମସିହା ର ସଂଘ ଶିକ୍ଷା ବର୍ଗ ସମାପ୍ତ କରିଥିବା, ଶ୍ରୀ ପ୍ରଭୁଲାଲ ପ୍ରଧାନ ଯୋଗଦେଇଥିଲେ । ସର୍ବଶ୍ରୀ ପୂର୍ଣ୍ଣିଚନ୍ଦ୍ର ଗାଈଗୋୖରିଆ,ରଘୁନାଥ ଷଡ଼ଙ୍ଗୀ,ଶେଷଦେବ ଛନ୍ଦ,ଶିବରାମ ସାହୁ, ବିଜୟ କୁମାର ସାହୁ,ଜଗନ୍ନାଥ ମେହେର,ହର ଭାଇ ପ୍ରମୁଖ ଉପସ୍ଥିତ ଥିବାବେଳେ ମାହେଶ୍ୱରୀ ଗୋଶାଳା ର ସଭାପତି, ନିର୍ଗୁଣ ମହାକୁଡ଼, ଗୋବର୍ଦ୍ଧନ କର୍ଣ୍ଣ, ତ୍ରିନାଥ ପାଢ଼ୀ, ଆନନ୍ଦ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
