*ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନୂଆପଡା ବ୍ଲକ୍ ର ବିଭିନ୍ନ ବୁଥ ପରିଦର୍ଶନ l*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରି ଦେଇଛି l ଆଜି ନୂଆପଡା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୂସୁଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ୍ ସିଂ ଗସ୍ତ କରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ ପରିଦର୍ଶନ କରିଛନ୍ତି l ନୂଆପଡା ବ୍ଲକ୍ ର ବିଭିନ୍ନ ଗ୍ରାମ ଯଥା ବିଶୋରା, ବାବନ୍ କେରା, ସେମେରିଆ, ପରକୋଡ, ବଲୋଦା, ବୁଢ଼ୀପାଲି, ଅମ୍ଳିଦାଦର୍ ଏବଂ ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳର ମଂଗ୍ରାପାଲି ସ୍କୁଲ୍ କୁ ମିଳିତ ଭାବରେ ଜିଲ୍ଲାପାଳ ଓ ଏସ୍ ପି ପରିଦର୍ଶନ କରିଥିଲେ l
ଏହି ଗସ୍ତ ସମୟରେ ବିଡ଼ିଓ ନୂଆପଡା ରୋହିତ ଭୋଇ ଏବଂ ବି ଏଲ ଓ ସୁପର୍ ଭାଇଜର୍ ଅମିୟ ଜ୍ୟୋତି ପାଢ଼ୀ ଉପସ୍ଥିତ ଥିଲେ l ସବୁ ବୁଥ ମାନଙ୍କରେ ସମସ୍ତ ମୌଳିକ ସୁବିଧା ସହିତ ସଂରଚନା ଠିକ୍ ଅଛି ନା ନାହିଁ ଏବଂ ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ କରିଥିଲେ l ଭୋଟ ଗ୍ରହଣ କେନ୍ଦ୍ର ହେବାକୁ ଥିବା ସମସ୍ତ ବିଦ୍ୟାଳୟରେ ପିଇବା ପାଣି, ବିଜୁଳି, ଶୌଚାଳୟ, ପାଚେରୀ ଇତ୍ୟାଦି ଅଛି ନା ନାହିଁ ପଚାରି ବୁଝିଥିଲେ l ଯେଉଁଠାରେ ଯାହା ଆବଶ୍ୟକ ଅତିଶିଘ୍ର ସେଇ ସବୁ କାମ ନିର୍ବାଚନ ଯଥେଷ୍ଟ ପୂର୍ବରୁ ସମ୍ପୂର୍ଣ କରିବା ପାଇଁ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ l
