ବ୍ଳକ ସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ପୁରସ୍କାର ବିତରଣ ଉତ୍ସବ। »»»»»»»»»»»»»»»»»»»»»»»»»»»»»»»»» ସୋର ନିପ୍ର – ବିଶ୍ୱ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇ ଯାଇଥିବା ସୋର ବ୍ଳକ ସ୍ତରୀୟ ପ୍ରତଯୋଗୀତାର ସମାପନ ଉତ୍ସବ ଆଜି ସୋର ବ୍ଳକ ସାମାଜିକ ନିରାପତ୍ତା ଅଧିକାରିଣୀ ଜୀନାରାଣୀ ପାଢ଼ୀଙ୍କ ତତ୍ୱାବଧାନରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ସୋର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟନାଥ ନାୟକ ସଭାପତିତ୍ୱ କରିଥିବା ବେଳେ, ପଞ୍ଚାୟତ ସମିତି ଅଧକ୍ଷା ଅନୁସୟା ମଳିକ,ନାଗରିକ ମଞ୍ଚର ସଭାପତି ନେତ୍ରାନନ୍ଦ ରାଉତ, ଉପ ସଭାପତି ମାୟାଧର ନାୟକ, ସମ୍ପାଦକ ଉଦ୍ଧବ ଚରଣ ବିଶ୍ୱାଳ,ବରିଷ୍ଠ ନାଗରିକ ମଞ୍ଚର ସଭାପତି ଜିତେନ୍ଦ୍ର କୁମାର ବେହେରା, ସମ୍ପାଦକ ନିତ୍ୟାନନ୍ଦ କର,ସଦସ୍ୟ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇ ସେମାନଙ୍କ ବକ୍ତବ୍ୟରେ , ଆମ ଦେଶ ତଥା ରାଜ୍ୟରେ ଅଧିକାଂଶ ବରିଷ୍ଠ ନାଗରିକ ମାନଙ୍କ ପ୍ରତି ବଢିଚାଲିଥିବା ଅବହେଳା, ନିର୍ଯ୍ୟାତନା, ଶୋଷଣ କଷଣ ଅମାନବିକତାର ଚରମ ସୀମାରେ ପହଁଚିଛି। ବୃଦ୍ଧବସ୍ଥାରେ ସାମାଜିକ ସୁରକ୍ଷା ନିତାନ୍ତ ଜରୁରୀ।କେବଳ ଆଇନ ପ୍ରଣୟନ ଦ୍ୱାରା ସାମଜିକ ନିରାପତ୍ତା ସମ୍ଭବ ନୁହେଁ। ଏଥିପ୍ରତି ସଚେତନତା ଅତ୍ୟନ୍ତ ଜରୁରୀ ହୋଇପଡିଥିବା ବେଳେ, ରାଜ୍ୟ ସରକାର ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି, ବିଶେଷ କରି ଆଜିର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନିଜର ଜେଜେ ଜେଜେମାଙ୍କ ସମେତ ପାଖ ପଡୋଶୀରେ ବୟୋଜ୍ୟେଷ୍ଠ ମାନଙ୍କ ପ୍ରତି ଶ୍ରଦ୍ଧା ସମ୍ମାନ ଅଭ୍ୟାସର ପରିଣତ ହେଲେ, ବୟୋଜ୍ୟେଷ୍ଠ ମାନଙ୍କ ଆଶୀର୍ବାଦରେ ପିଲାମାନେ ଉଜ୍ବଳ ଭବିଷ୍ୟସ୍ତ ଗଢିପାରିବେ ବୋଲି ମାତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ପଞ୍ଚାୟତ ସମିତି ଅଧକ୍ଷା ଅନୁସୟା ମଳିକ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବସକୁ ଉଦଘାଟନ କରିଥିବା ବେଳେ, ସହକାରୀ ବ୍ଳକ ଶିକ୍ଷା ଅଧିକାରୀ ସୋମନାଥ ଦାସ ମଞ୍ଚ ଆବାହନ ଏବଂ ସୂଚନା ପ୍ରଦାନ କରିଥିଲେ। ବ୍ଳକ ସାମାଜିକ ସୁରକ୍ଷା ଅଧିକାରିଣୀ ଜୀନାରାଣୀ ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।ଅନୁଷ୍ଠିତ ହୋଇଯାଇଥିବା ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀତାରେ ହରିଶକୁମାର ରଣା, ହେମପ୍ରଭା ଉଚ୍ଚ ବିଦ୍ୟାଳୟ ପ୍ରଥମ, ଶୁଭମ ଖୁଣ୍ଟିଆ ଏବଂ ପିୟୁଷ ପରିଡା ସତ୍ୟାନନ୍ଦ ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରି ଅତିଥି ମାନଙ୍କ ଠାରୁ ପ୍ରମାଣ ପତ୍ର ସହ ଅର୍ଥ ରାଶି ଗ୍ରହଣ କରିଥିଲେ। ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି ଉତ୍ସବରେ ଯୋଗଦେଇ ଥିଲେ।
