ପୂର୍ବତନ ଶିକ୍ଷକ ସ୍ୱର୍ଗତ ମାଧବାନନ୍ଦ ଦାସଙ୍କ ଏକାଦଶାହ କାର୍ଯ୍ୟ ସମ୍ପନ୍ନ
ରିପୋର୍ଟ ଗୋକୁଳାନନ୍ଦ ବେହେରା
ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ଗଡ଼ ପରଜଙ୍ଗ ଗ୍ରାମ ବୃନ୍ଦାବନପୁର ସାହିର ପୂର୍ବତନ ଶିକ୍ଷକ ସ୍ୱର୍ଗତ ମାଧବାନନ୍ଦ ଦାସଙ୍କ ୮୨ ବର୍ଷ ବୟସରେ ପରଲୋକ ଘଟିଥିବା ବେଳେ ବୁଧବାର ଦିନ ସ୍ବର୍ଗତ ଶ୍ରୀ ଦାସଙ୍କ ଏକାଦଶାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ସ୍ୱର୍ଗତ ଦାସଙ୍କ ମୃତ୍ୟୁ ବେଳକୁ ପୁଅ ଝିଅ ନାତି ନାତୁଣୀ ଭଣଜା ଭାଣିଜୀ, ସାହି ପଡୋଶୀ , ବନ୍ଧୁ ବାନ୍ଧବ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ଅଞ୍ଚଳର ଜଣାଶୁଣା ସୁପରିଚିତ ସ୍ୱର୍ଗତ ଦାସଙ୍କ ସାନ ଭାଇ ଗୌରହରି ଦାସଙ୍କ ସହଯୋଗରେ ପୁରୀ ସ୍ୱର୍ଗ ଦ୍ଵାରରେ ସ୍ବର୍ଗତ ଶ୍ରୀ ଦାସଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ମୃତ୍ୟୁ ଖବର ପାଇ ବୃନ୍ଦାବନପୁର ସ୍ଥିତ ବାସଭବନରେ ବିଭିନ୍ନ ରାଜନୈତିକ ଦଳର ନେତା , ଶିକ୍ଷକ ଶିକ୍ଷୟତ୍ରୀ , ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶୋକ ସନ୍ତପ୍ତ ପରିବାରରେ ପହଞ୍ଚି ସମବେଦନା ଜଣାଇବା ସହ ସ୍ବର୍ଗତ ଦାସଙ୍କ ଧର୍ମପତ୍ନୀ ନଳିନୀ ଦାସଙ୍କୁ ଭେଟି କିପରି ନିଜର ନିରାମୟ ଜୀବନ ଅତିବାହିତ କରିବାକୁ ବୁଝାଇଥିଲେ । ମଙ୍ଗଳବାର ରୀତିନୀତି ଅନୁସାରେ ଦଶାହ କାର୍ଯ୍ୟ କରାଯାଇଥିବା ବେଳେ ବୁଧବାର ଦିନ ଏକାଦଶାହ କାର୍ଯ୍ୟ ସମ୍ପନ୍ନ ହୋଇଛି । କାର୍ଯ୍ୟରେ ସମସ୍ତ ବନ୍ଧୁବାନ୍ଧବ , ସାହି ପଡୋଶୀ , ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆସି ସ୍ବର୍ଗତ ଦାସଙ୍କ ଫଟୋ ଚିତ୍ର ପାଦ ଚରଣରେ ପୁଷ୍ପ ଅର୍ପଣ କରି ପଙ୍କ୍ତି ଭୋଜନ କରିଥିଲେ । ସାନ ଭାଇ ଗୌରହରି ଦାସଙ୍କ ଦ୍ୱାରା କାର୍ଯ୍ୟ ସମ୍ପାଦନ ହୋଇଥିବା ବେଳେ ସ୍ୱର୍ଗତ ଦାସଙ୍କ ପରିବାରର ମାନସ , ମଣ୍ଟୁ, ପିଣ୍ଟୁ , ରିଣ୍ଟୁ, ଚିଣ୍ଟୁ , ଦୁର୍ଗା , ଦୁଲଭ, ସର୍ବ ,ଦିଲ୍ଲୀପ , ମମତା ,ଗୀତା ସମେତ ସପରିବାର , ବନ୍ଧୁ ବାନ୍ଧବ ମାନଙ୍କ ସହଯୋଗ ଦେଖିବାକୁ ମିଳିଥିଲା ।
