**ପାଞ୍ଚୋଟି ଚୋରା ଟ୍ରକ ଜବତ ସହିତ ଜଣେ ଡ୍ରାଇଭର ଅଟକ ।**
ଯୋଡ଼ା:କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ଥମିବାର ନା ଧରୁନି ଆଇରନ, ମଙ୍ଗାନିଜ ଚୋରି।କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅଧୀନରେ ଥିବା ଗୁଆଲି ପଞ୍ଚାୟତ ର ପାରମସାହି ଅଞ୍ଚଳରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି, ଯେଉଁଠାରେ ରୁଗୁଡି ପୋଲିସ ବିଳମ୍ବିତ ରାତିରେ ଚଢାଉ କରି ପାଞ୍ଚଟି ଟ୍ରକ ଜବତ କରିଛି। ବିଶ୍ୱସ୍ତ ସୂତ୍ର ଅନୁଯାୟୀ, ପୋଲିସ ସୂଚନା ପାଇଥିଲା ଯେ କିଛି ଟ୍ରକ ବେଆଇନ ଭାବରେ ଲୁହାପଥର ପରିବହନ କରୁଛି। ସୂଚନା ପାଇ, ରୁଗୁଡି ପୋଲିସର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ସେଠାରେ ପାଞ୍ଚଟି ଟ୍ରକ କୁ ଜବତ କରିବାରେ ସଫଳ ହୋଇଥିଲେ କିନ୍ତୁ ଲୋଡିଙ୍ଗ ରେ ବ୍ୟବହାର ଜେସିବି ସେଠାରୁ ଚମ୍ପଟ ମାରିଥିଲା । ଏହି ଟ୍ରକଗୁଡ଼ିକ ମଧ୍ୟରୁ ଦୁଇଟି ଫାଇନ୍ସ (ଲୁହାପଥର) ଲୋଡ୍ ହୋଇଥିଲା ଆଉ ତିନୋଟି ଖାଲି ଥିଲା।
ପୋଲିସ ପହଞ୍ଚିବା ଦେଖି ସେଠାରୁ ଡ୍ରାଇଭର ମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ, କିନ୍ତୁ ଜଣେ ଡ୍ରାଇଭରଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। ସମସ୍ତ ଟ୍ରକକୁ ଜବତ କରାଯାଇଛି, ଏବଂ ଡ୍ରାଇଭରଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଛି। ସୂତ୍ରଗୁଡ଼ିକ ଏହା ମଧ୍ୟ ସୂଚିତ କରୁଛି ଯେ KJS ଆହଲୁୱାଲିଆ କମ୍ପାନୀର ବୋଲି ବିଶ୍ୱାସ କରାଯାଉଥିବା ଏହି ସାମଗ୍ରୀ, OMC ର ତତ୍ତ୍ୱାବଧାନରେ JSW ର ଲିଜ ଅଞ୍ଚଳରେ ଗଚ୍ଛିତ ରଖାଯାଇଥିଲା । ରୁଗୁଡ଼ି ଥାନା ଅଧିକାରୀ କହିଛନ୍ତି ଯେ ଏହି ମାମଲାରେ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି ଏବଂ ଖୁବ୍ ଶୀଘ୍ର ଏକ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରାଯିବ।
