*ନୂଆପଡ଼ା ଜିଲ୍ଲା ରେ ପୋଲିସ ଅଧିକାରୀଙ୍କ ସ୍ତରରେ ଅଦଳ ବଦଳ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ର ପୋଲିସ ଅଧିକାରୀ ସ୍ତରରେ ଅଦଳ ବଦଳ ହୋଇଅଛି। ସିନାପାଲି ଥାନା ଅଧିକାରୀ ରଶ୍ମି ପ୍ରଧାନ ଙ୍କୁ କୋମନା ଥାନା ଅଧିକାରୀ ଭାବରେ ବଦଳି ହୋଇଥିବା ବେଳେ କୋମନା ଥାନା ଅଧିକାରୀ ସୁମନ୍ତ କୁମାର ନାଏକ ଙ୍କୁ ବେଲଟୁକରୀ ଥାନା ଅଧିକାରୀ, ବେଲଟୁକରୀ ଥାନା ଅଧିକାରୀ ଦୂର୍ଗା ମାଧବ ବାଗ ଙ୍କୁ ସିନାପାଲି ଥାନା ଅଧିକାରୀ, ଯୋଙ୍କ ଅତିରିକ୍ତ ଥାନା ଅଧିକାରୀ ରଂଜନ କୁମାର ନାଏକ ଙ୍କୁ ଲଖନା ଥାନା ଅଧିକାରୀ,ବେଲଟୁକରୀ ଥାନା ଅଧିକାରୀ ସୂର୍ଯ୍ୟକାନ୍ତି ଦାସ ଙ୍କୁ ମହିଳା ଓ ଶିଶୁ ଥାନା ନୂଆପଡ଼ା ଦାୟିତ୍ବ ମିଳିଅଛି।ମହିଳା ଓ ଶିଶୁ ଥାନା ନୂଆପଡ଼ା ଜିତୁ ମହାନନ୍ଦ ଙ୍କୁ ଡୀଶିଆରବି ନୂଆପଡ଼ା କୁ ବଦଲି ହୋଇଅଛି। ଏ ଏସ ଆଇ ସ୍ତରରେ ମଧ୍ୟ ଅଦଳ ବଦଲ ହୋଇଅଛି।
