*ନୂଆପଡ଼ା ଜିଲ୍ଲା ଖଡିଆଳ ଅଗ୍ରେସନ ଭବନ ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବା ସଂଘ ର ଶତବାର୍ଷିକ ଉତ୍ସବ ପାଳିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବ୍ଲକ ଅଗ୍ରେସନ ଭବନ ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବା ସଂଘ ର ଶତ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି। ଏହି ଶତ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ସତିଶ କୁମାର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସଭାରେ ଖଡିଆଳ ଖଣ୍ଡ ସଂଘ ଚାଳକ ବିନୋଦ କୁମାର ଅଗ୍ରୱାଲ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ରୂପେ ସହ ପ୍ରାନ୍ତ ପ୍ରଚାରକ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସୁରେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ତ୍ୟାଗ, ତପସ୍ୟା ଓ ବଳିଦାନ ମନୋଭାବ ଥିବା ବେଳେ ଦେଶ ମାତୃଭୂମିର ହିତ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ। ଗୋଟିଏ ଉଦ୍ଧେଶ୍ୟ, ଲକ୍ଷ ଏବଂ ନିର୍ଦ୍ଧିଷ୍ଟ ସମୟ ପାଇଁ ଏକତ୍ରିତ ହେବା ସ୍ୱୟଂ ସେବକଙ୍କ ଲକ୍ଷ୍ୟ ଅଟେ ବୋଲି ଆହ୍ବାନ କରିଛନ୍ତି। ମୁଖ୍ୟ ଶିକ୍ଷକ ସୁରେଶ ହଟୱାର, ପ୍ରାର୍ଥନା ପ୍ରମୁଖ ଆହ୍ବାନ ଯୋଷୀ, ସ୍ବାଗତ ଅଭିଭାଷଣ ଓ ମଞ୍ଚ ପରିଚାଳନା ବିଭାଗ ବ୍ୟବସ୍ଥା ପ୍ରମୁଖ ରତ୍ନାକର ସାହୁ ,ଅନ୍ୟମାନଙ୍କ ମଧ୍ୟରେ ହିତେଶ କୁମାର ବଗର୍ତ୍ତି, ସଜନ ଅଗ୍ରୱାଲ, ଗରୁଦେଶ୍ୱର ଗହୀର, ପ୍ରଦୀପ ଖମାରୀ, ଜନାର୍ଦ୍ଦନ ପାତ୍ର, ଡ଼.ସିଦ୍ଧାର୍ଥ ମହାପାତ୍ର, ସଂଜୟ ତିୱାରୀ,ନରେଶ ଅଗ୍ରୱାଲ, , ହରିଓଁ ଜିନ୍ଦଲ,ବିନୋଦ ବିହାରୀ ପାଢୀ, ଅଜିତ୍ କିଶୋର ଚଲାନ, ଅଜୟ ସିଂଘଳ, କୌଶିକ ସରାଫ ସ୍ୱୟଂ ସେବକ ବନ୍ଧୁ ଯୋଗ ଦେଇଥିଲେ।
