ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ସ୍ଵତନ୍ତ୍ର ଗ୍ରାମସଭା
ଭବାନୀପାଟଣା, ( କିଶନ ଶର୍ମା)- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଠାରେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ସ୍ଥାନୀୟ ବଡ଼ପୋଡ଼ାଗୁଡ଼ା ଗ୍ରାମପଂଚାୟତ କାର୍ଯାଳୟ ଠାରେ ସ୍ଵତନ୍ତ୍ର ଗ୍ରାମସଭା ବହୁତ ଧୁମ୍ ଧାମ୍ ରେ ପାଳିତ ହେଲା । ଉକ୍ତ ସଭାରେ ସ୍ଥାନୀୟ ସରପଂଚ, ୱାର୍ଡ ମେମ୍ବର, ଜନସାଧାରଣ, ପଞ୍ଚାୟତ ଅଧିକାରୀ, ଧର୍ମଗଡ଼ ବନ ବିଭାଗରୁ ଆମ ଜଙ୍ଗଲ ଯୋଜନାର ଡି.ଓ. ଉପସ୍ଥିତ ଥିଲେ । ଉକ୍ତ ସଭାରେ ବଡ଼ପୋଡ଼ାଗୁଡ଼ା ସରପଞ୍ଚ ରାଜେନ୍ଦ୍ର ନାଗ ଉଦବୋଧନ ଦେଇଥିଲେ । ଉକ୍ତ ସଭାରେ ଚଳିତ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା ଓ ନୂତନ କାର୍ଯ୍ୟ ଗୁଡିକ ସଭାରେ ପାରିତ କରାଯାଇଥିଲା । ଏହା ପରେ ଆତ୍ମ ନିର୍ଭର ଭାରତ ଉପରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମକୁ ଜୟରାମ ସୋରି ପି.ଇ.ଓ., ବଡ ପୋଡ଼ାଗୁଡା ଗ୍ରାମପଞ୍ଚାୟତ ପରିଚାଳନା କରିଥିଲେ ଓ ତ୍ରିବିକ୍ରମ ନାଏକ ଡି.ଓ. (ଏ.ଜେ.ୱାଇ.), ଧର୍ମଗଡ଼ ରେଞ୍ଜ ସହୋଯାଗ କରିଥିଲେ ।
