*ପ୍ରଥମ ପିଏଚ ଡି ହାସଲ କରିଥିବା ଆଦିମ ଜନଜାତି ଛାତ୍ରୀ ଜୟମନୀ ଝାଙ୍କର ଙ୍କୁ ଜିଲ୍ଲାପାଳ ଦ୍ବାରା ସମ୍ବର୍ଦ୍ଧିତ ଓ ଶୁଭେଚ୍ଛା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟ ର ଆଦିମ ଜନଜାତି ଛାତ୍ରୀ ପ୍ରଥମ ପିଏଚ ଡି ହାସଲ କରିଥିବା ଜୟମନୀ ଝାଙ୍କର ଙ୍କୁ ଜିଲ୍ଲାପାଳ ଦ୍ବାରା ସମ୍ବର୍ଦ୍ଧିତ ଓ ଶୁଭେଚ୍ଛା ଜଣାଇଛନ୍ତି। ସମୁଦ୍ର ପତ୍ତନ ରୁ ୩୦୦୦ ଫୁଟ ଉଚ୍ଚତା ରେ ଅବସ୍ଥିତ ନିଘଞ୍ଚ ୬୦୦ ବର୍ଗ ଫୁଟ ବ୍ୟାପୀ ଜଙ୍ଗଳ ସୁନାବେଡ଼ା ଅଭୟାରଣ୍ୟ ରେ ବସବାସ କରୁଥିବା ଜୟମନି। ଚାକୋଟିଆ ଭୁଞ୍ଜୀଆ ଆଦିମ ଜନଜାତି ର ଆଦିବାସୀ ମହିଳା। ସାମାଜିକ କଟକଣା ଓ ପ୍ରତିବନ୍ଧକ କୁ ଭୂକ୍ଷେପ ନ କରି ନିଜ ଶିକ୍ଷା ଉପରେ ଗୁରୁତ୍ବ ଦେଇଥିଲେ। ତାଙ୍କ ବାପା ବିଜୟ କୁମାର ଝାଙ୍କର, ମାଁ ବୈଦେହି ଝାଙ୍କର। ମାଁ ବାପା ଙ୍କ ତୃତୀୟ କନ୍ୟା ସନ୍ତାନ ରୂପେ ଜନ୍ମ ହୋଇ ଆଜି ଶିକ୍ଷାର ଉଚ୍ଚ ଶିଖର କୁ ପହଞ୍ଚି ପାରିଛନ୍ତି। ତାଙ୍କ ଶିକ୍ଷାର ଏହି ଯାତ୍ରା ରେ ସମୟ କ୍ରମେ ଅନେକ ଲୋକଙ୍କ ସହଯୋଗ ରହିଅଛି। ସେ ରାଷ୍ଟ୍ରପତି ମହାମହିମ ଦ୍ରୋପଦୀ ମୁର୍ମୁଙ୍କ ଠାରୁ ଆଦିମ ଜନଜାତି ଶିକ୍ଷିତ ମହିଳା ରୂପେ ପୁରସ୍କୃତ ହୋଇଛନ୍ତି। ହାଇସ୍କୁଲ ଶିକ୍ଷା ନିଜ ଅଞ୍ଚଳ ରେ ଅଧ୍ୟୟନ କରି ଧରମବନ୍ଧା ଠାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢିଥିଲେ। ଏହି ସଫଳତା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ସମ୍ବର୍ଦ୍ଧିତ କରିଛନ୍ତି। ଜୟମନୀ ଜିଲ୍ଲା ପାଇଁ ପ୍ରେରଣା ଓ ଉତ୍ସାହର ଏକ ଆଲୋକ ବୋଲି କହିଥିଲେ।
