*ନୀଳମଣି କଲେଜରେ ଜାତୀୟ ସେବା ଯୋଜନା ଦିବସ ପାଳିତ*
———————————————
ବାଲେଶ୍ଵର : ସଦର ବ୍ଲକ ଅନ୍ତର୍ଗତ ରୂପସାସ୍ଥିତ ନୀଳମଣି ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ସେବା ଯୋଜନା ଦିବସ ପାଳନ ଅବସରରେ ଜାତୀୟ ସେବା ଯୋଜନା ବ୍ୟକ୍ତିତ୍ଵ ବିକାଶର ମାଧ୍ୟମ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ତପନ କୁମାର ବେହେରା ଅଧ୍ୟକ୍ଷତା କରିବା ସହ ଜାତୀୟ ସେବା ଯୋଜନା ଦିବସ ପାଳନର ଗୁରୁତ୍ଵ ଓ ମହତ୍ତ୍ଵ ବିଷୟରେ ଆଲୋଚନା କରିଥିଲେ। ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଗୌରାଙ୍ଗ ପଣ୍ଡା କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଗୋପାଳପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ସରୋଜ କୁମାର ପାଣି, ଅଧ୍ୟାପିକା ପିନାକ୍ଷୀ ପଣ୍ଡା ଓ ରୁବିରାଣୀ ଦାଶ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱେଚ୍ଛାସେବୀ ମାନଙ୍କୁ ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଜାତୀୟ ସେବା ଯୋଜନା ଛାତ୍ରଛାତ୍ରୀ ମାନଙ୍କର ବ୍ୟକ୍ତିତ୍ଵ ବିକାଶର ମାଧ୍ୟମ ବୋଲି ଏହି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। ଜାତୀୟ ସେବା ଯୋଜନା ଦିବସ ପାଳନ ଅବସରରେ ରାଷ୍ଟ୍ର ନିର୍ମାଣ ଓ ସମାଜ ଗଠନ କ୍ଷେତ୍ରରେ
ଉଲ୍ଲେଖନୀୟ ଅବଦାନ ପାଇଁ ସ୍ବେଚ୍ଛାସେବୀ ସଞ୍ଜୟ କୁମାର ପ୍ରଧାନ, ଅଶୋକ ମଢୁଆଳ ଓ ବବିତା ନାୟକ ପ୍ରମୁଖଙ୍କୁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ସୋହମ ସାହୁ, ରଣଜିତ ତପସ୍ୱୀ, ଓମବ୍ରତ ପାତ୍ର, ବୀଣାପାଣି ଗିରି, ରୁବି ପଣ୍ଡିତ, ଉନ୍ମେଷୀ ଧଳ ଓ କ୍ରିଷ୍ଣାମଞ୍ଜରୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ହିମାନୀ ପ୍ରହରାଜ, ଇଶ୍ମିତା ଜେନା, ଗାୟତ୍ରୀ ଦାସ, ମୋନାଲିସା ଜେନା ଓ ସ୍ନେହଲତା ପଢ଼ିଆରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ପ୍ରୋଗ୍ରାମ ଅଫିସର କାବେରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
