.
, ସାରସକଣା ବ୍ଲକ ଅନ୍ତର୍ଗତ ଚନ୍ଦ୍ରମୋହନ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସ୍କୁଲ ର ପ୍ରତିଷ୍ଠାତା ଲୋକନାଥ ମହାନ୍ତ , ମୁଖ୍ୟ ବକ୍ତା ଭାବେ ଶରତପାଳ ଉଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ପରମେଶ୍ବର ଦେ , ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସୁମନ୍ତ କୁମାର ନାଏକ ଓ ଶିକ୍ଷାବିତ୍ ହରେଲାଲ ଟୁଡୁ ଛାତ୍ର,ଛାତ୍ରୀ ମାନଙ୍କୁ ଉତ୍ତମ ଚରିତ୍ରବାନ୍ ତଥା ଭଲ ମଣିଷ ହୋଇ ସମାଜ ରେ ଆଦର୍ଶ ନାଗରିକ ଭାବେ ନିଜକୁ ପ୍ରତିଷ୍ଠିତ କରିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ର ସଭାପତି ଠାକୁର ଦାସ ମୁର୍ମୁ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ ।ବାର୍ଷିକ ବିବରଣୀ ସହକାରୀ ଶିକ୍ଷକ ରାଜୀବ କୁମାର ପାତ୍ର ପ୍ରଦାନ କରିଥିବା ବେଳେ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ମହାନ୍ତ,ଗୋଲକ ବିହାରୀ ମହାନ୍ତ, ଶିବ ଶଙ୍କର ପୁଟି ଓ ହିମାଂଶୁ ଶେଖର ସାହୁ କାର୍ଯ୍ୟକ୍ରମ ର ସୁପରିଚାଳନା କରିଥିଲେ । ସର୍ବଶେଷରେ ସହକାରୀ ଶିକ୍ଷକ ଅଜୟ କୁମାର ଭଞ୍ଜ ଧନ୍ୟବାଦ୍ ଅର୍ପଣ କରିଥିଲେ । ଉତ୍ସବ ରେ ଛାତ୍ର, ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।