*ନୂଆପଡ଼ା ଜିଲ୍ଲା ଖଡିଆଳ ଡିଗ୍ରୀ ମହିଳା କଲେଜ୍ ଜାତୀୟ ସେବା ଯୋଜନା ପକ୍ଷ ରୁ ସ୍ବତନ୍ତ୍ର କେମ୍ପର ଷଷ୍ଠ ଦିବସ, ସନ୍ତୋଷୀ ମନ୍ଦିର ସ୍ବଚ୍ଛତା ଅଭିଯାନ, ନାରୀ ସଚେତନ ନେଇ ସୂଚନା ଓ ସାଂସ୍କୃତିକ ପାଲା କାର୍ଯ୍ୟକ୍ରମ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଡିଗ୍ରୀ ମହିଳା କଲେଜ୍ ଜାତୀୟ ସେବା ଯୋଜନା ପକ୍ଷ ରୁ ସ୍ବତନ୍ତ୍ର କେମ୍ପର ଷଷ୍ଠ ଦିବସ, ସନ୍ତୋଷୀ ମନ୍ଦିର ସ୍ବଚ୍ଛତା ଅଭିଯାନ, ନାରୀ ସଚେତନ ନେଇ ସୂଚନା ଓ ସାଂସ୍କୃତିକ ପାଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଶିକ୍ଷା କେବଳ ଚାରି କାନ୍ଥ ମଧ୍ୟରେ ଆବଦ୍ଧ ନ ରହି ଗାଆଁ ପରିବେଶ, ପରିଜନ ଙ୍କୁ ସାକ୍ଷାତ, ଅଭିଜ୍ଞତା, ସ୍ମୃତି ଓ ଅନୁଭୂତି ନେଇ ନିଜେ ଶିଖି ଅନ୍ୟକୁ ଶିଖାଇବା ପ୍ରୟାସ ମାତ୍ର ବୋଲି କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ପ୍ରକାଶ କରିଥିଲେ। ସେହିପରି ପରିଚାଳନା ସଭାପତି ବିନୋଦ ବିହାରୀ ପାଢୀ, ସାମ୍ବାଦିକ ତପନ ଦାଶ, ଯୋଜନା ଅଧିକାରୀ ପୁଷ୍ପାଞ୍ଜଳୀ ପ୍ରଧାନୀ, ସାମ୍ବାଦିକ କୁନାଲ ଚରଣ ବେହେରା, ଦେବେନ୍ଦ୍ର ଭିତାରିଆ, ବାପିନା ସାହୁ, ଚନ୍ଦ୍ର ବେହେରା, ଦୀନବନ୍ଧୁ ଛତ୍ରିଆ, ଅଧ୍ୟାପକ ଦୁର୍ଯ୍ୟୋଧନ ଭୋଇ, ସଂଜୟ ଦର୍ଜୀ, ବିକ୍ରମ ସେଠୀ, କଲେଜ୍ ପରିଚାଳନା ଅଜିତ୍ ପଣ୍ଡା ଏବଂ ପ୍ରତାପ କେଶରୀ ପଟ୍ଟନାୟକ ଯୋଗ ଦେଇ ଛାତ୍ରୀ ଙ୍କୁ ଶିକ୍ଷା ନେଇ ଅନେକ ସୁଯୋଗ ଥିବା ବେଳେ ଅଜିମ୍ ଜି ପ୍ରେମ ଜି ଅନୁଷ୍ଠାନ ପକ୍ଷ ରୁ ଆର୍ଥିକ ପ୍ରୋତ୍ସାହନ ଦେଉଥିବା ବେଳେ ଏହାର ଲାଭ ନେବାକୁ ଆହ୍ବାନ କରିଥିଲେ।
