କପ୍ତିପଦା ଉପଖଣ୍ଡରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ।
୧୦୪ ଟି ଅଭିଯୋଗର ଶୁଣାଣି କଲେ ମୟୂରଭଂଜ ଜିଲ୍ଲାପାଳ।
ଖୁଣ୍ଟା…..ପୁର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସୋମବାର କପ୍ତିପଦା ଉଦଳା ଉପ ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ଏହି ଯୁଗ୍ମ ଜନଶୁଣାଣି ଶିବିର। ଉକ୍ତ ଜନଶୁଣାଣି ଶିବିରରେ ମୟୂରଭଂଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଡୁପାଲି ଯୋଗ୍ ଦେଇ ମୋଟ ୧୦୪ ଗୋଟି ଜନ ଅଭିଯୋଗର ଶୁଣାଣି କରିଛନ୍ତି। ଉପଖଣ୍ଡ ଉପ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ଉକ୍ତ ଜନଶୁଣାଣି ଶିବିରରେ ପ୍ରକଳ୍ପ ପ୍ରଶାସକ ଆଇ ଟି ଡି ଏ ଶ୍ରୀ ନରେନ୍ଦ୍ର ଖମାରୀ , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ହୃଷିକେଶ ନାୟକ, ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡକ୍ଟର ଲକ୍ଷ୍ମୀକାନ୍ତ ପତି ଯୋଗ ଦେବା ସହ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରନି ସମେତ ଉପଖଣ୍ଡ ସ୍ତରୀୟ ଓ ବ୍ଲକସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନଶୁଣାଣି କାର୍ଯକ୍ରମରେ ସହଯୋଗ କରିଥିଲେ। ସମୁଦାୟ ଅଭିଯୋଗ ମଧ୍ୟରୁ ୮୬ ଗୋଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ସମ୍ବଳିତ ଅଭିଯୋଗ ଥିବାବେଳେ ୧୮ ଗୋଟି ଅଭିଯୋଗ ସାମୂହିକ ସମସ୍ୟା ସମ୍ବଳିତ ଅଭିଯୋଗ ପଞ୍ଜିକରଣ ହୋଇଥିଲା। ସେଥି ମଧ୍ୟରୁ ୫ଗୋଟି ସମସ୍ୟାର ତୁରନ୍ତ ସମାଧାନ କରି ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ ଜଣଙ୍କୁ ୫୦୦୦ ହଜାର ଟଙ୍କା କରି ୧୫୦୦୦ ହଜାର ଟଙ୍କା , ଜଣକୁ ୧୦୦୦୦ ହଜାର ଟଙ୍କା ଏବଂ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୧୦୦୦୦ ହଜାର ଟଙ୍କା, ମୋଟ ୩୫୦୦୦ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଛି । ଆଜିର ଏହି ଜନଶୁଣାଣି ଶିବିରରେ ବିଶେଷ କରି କପ୍ତିପଦା ବ୍ଲକ ଏବଂ ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ବିଭିନ୍ନ ପ୍ରକାର ସମସ୍ୟା ସମ୍ବଳିତ ଅଭିଯୋଗ ପଞ୍ଜିକରଣ ହୋଇଥିଲା। ଯାହା ଜିଲ୍ଲପାଳ ଶ୍ରୀ ସୟ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ଯୁଦ୍ଧ କାଳୀନ ଭିତ୍ତିରେ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉପରୋକ୍ତ ସମସ୍ତ କାର୍ଯକ୍ରମ ପରିଚାଳନାରେ ଡେପୁଟି କଲେକ୍ଟର ଶ୍ରୀ ପ୍ରତୀକ କୁମାର ପଣ୍ଡା ଏବଂ କର୍ମଚାରୀ ଶ୍ରୀ ଶଙ୍ଖାଇ ହେମ୍ବ୍ରମ, ରମେଶ ପୃଷ୍ଟି, କବିତା ଖିଲାର , ସତ୍ୟପ୍ରକାଶ ପାତ୍ର, ଭବାନୀ ପଣ୍ଡା, କୈଳାସ ଦୈନକ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।
