ରଶ୍ମି ରଞ୍ଜନ ଜୟନ୍ତୀ ଉତ୍ସବ ପାଳିତ
———————————
ନବରଙ୍ଗପୁର (ପରଦେଶୀ ଶଗରିଆ ) ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ୍ ଅନ୍ତର୍ଗତ ବାଣିଆ ମାଳୀଗୁଡାର ପୂଜା ମଣ୍ଡପରେ ନବରଂଗପୁର ବ୍ଳକ୍ ଅନ୍ତର୍ଗତ, ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ତରଫରୁ ରଶ୍ମି ରଞ୍ଜନ ଜୟନ୍ତୀ ଉତ୍ସବ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇ ଯାଇ ଅଛି ।ଆଶ୍ରମର ଅଧ୍ୟକ୍ଷ ଶ୍ରୀ ରଶ୍ମି ପ୍ରସାଦ ଡ: ନୀଳ କଣ୍ଠ ପାଢୀଙ୍କ ଅଧ୍ୟକ୍ଷତା,ବାଣିଆ ମାଳୀଗୁଡାର ଶ୍ରଦ୍ଧାଳୁ ଓ ପ୍ରେରଣା ଉତ୍ସ ଗଙ୍ଗାଧର ମାଳୀଙ୍କ ପ୍ରତିନିଧିତ୍ଵ,ଏ,ସୁରେଶ ଶାସ୍ତ୍ରୀ,ଇନ୍ଦୁମତୀ ପାଢୀ ପ୍ରମୁଖଙ୍କ ପରିଚାଳନାରେ ଆୟୋଜିତ ଉକ୍ତ ଆଧ୍ଯାତ୍ମିକ ଚେତନା ପୂର୍ଣ୍ଣ କାର୍ଯ୍ୟ କ୍ରମ ; ଠାକୁରଙ୍କୁ ସାମୂହିକ ପୁଷ୍ପାର୍ଘ୍ୟ ଅର୍ପଣ,ବିନାୟକ ବନ୍ଦନା, ଗୁରୁ ବନ୍ଦନା,ପ୍ରାଣାୟାମ,ପ୍ରାର୍ଥନା,ସାରସତ୍ତ୍ବ ବାଣୀ ପାଠ, କୀର୍ତ୍ତନ,ଆଳତୀ ଓ ପ୍ରସାଦ ବଣ୍ଟନ ପରେ ଶେଷରେ ସାମୂହିକ ଆନନ୍ଦ ବଜାର ପ୍ରସାଦ ସେବନ ପରେ ଉତ୍ସବ ସମାପନ ହେଲା ।ଏହି ଚିତ୍ତାକର୍ଷକ ଆଧ୍ଯାତ୍ମିକ କାର୍ଯ୍ୟ କ୍ରମରେ ଯୋଗ ଦେଇ ମୁଖ୍ୟ ବକ୍ତା ତଥା ନବରଂଗପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଲବ୍ଧାବସର ପ୍ରାଚାର୍ଯ୍ୟ ହୃଷୀକେଶ ଦାଶ – “ଶାନ୍ତି,ସାଧୁତା,ସଦ୍ ଭାବନା,ଭକ୍ତି ଭାବ ଓ ସହୃଦୟତା ମାଧ୍ୟମରେ ଆମର ଯୋଗ-କ୍ଷେମ ଓ ସମୃଦ୍ଧି ସମ୍ଭବ” ବୋଲି ବ୍ୟକ୍ତ କରି ଥିବା ବେଳେ ଆଶ୍ରମ ଅଧ୍ୟକ୍ଷ – ” କଷ୍ଟର ସହ ଧାରାରେ ରଣ କରୁ ଥିବା ଜନ,ରଶ୍ମି ବା ଆଲୋକର ସନ୍ଧାନ ପାଇବା ସାଙ୍ଗକୁ ନିଶ୍ଚିତ ଭାବେ ଲକ୍ଷ୍ଯ ହାସଲ କରି ପାରିବା ବିଷୟରେ ଶତାଧିକ ଶ୍ରୋତା ଗଣଙ୍କୁ ଉଦ୍ ବୁଦ୍ଧ କରିଛନ୍ତି। ଆଶ୍ରମର ପୂର୍ବତନ ସମ୍ପାଦକ ତଥା ବରିଷ୍ଠ ରଞ୍ଜନ ଦଶମୁ ପାତ୍ର – ” ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ବିଧାନ ମାଧ୍ୟମରେ ଲକ୍ଷ୍ଯ ପ୍ରାପ୍ତି କରି ଥିବା ଅନେକଙ୍କ ଉଦାହରଣ ଦେବା ସାଙ୍ଗକୁ ହରି କୃପା,କର ଓ କପାଳର ତାତ୍ପର୍ଯ୍ୟ ବୁଝାଇଛନ୍ତି” । ଉତ୍ସବର ବିଭିନ୍ନ ଦାୟିତ୍ବ ପରିଚାଳନାରେ ସର୍ବଶ୍ରୀ ଗଙ୍ଗାଧର ମାଳୀ,ପ୍ରଫୁଲ୍ଲ ମାଳୀ,ରତିଦେବ ମାଳୀ,ସନ୍ତୋଷ କୁମାର ପୁଜାରୀ, ଇନ୍ଦୁମତୀ ପାଢୀ, ଅର୍ଜ୍ଜୁନ ମାଝୀ,ଗୈାତମ ବିଷୋୟୀ,ଗୁଡ୍ଡୁ ହରିଜନ,ଦାଶରଥି ପଟ୍ଟନାୟକ,ଭୁବନେଶ୍ଵର ମାଝୀ,ବିକାଶ ରଞ୍ଜନ ପାଢୀ,ଜଗନ୍ନାଥ ଭତ୍ରା,ଦୈତାରି ନାୟକ,ନୂତନା ନନ୍ଦ ପାଢୀ,ଶ୍ରୀନିବାସ ରାଓ,ଜୟନ୍ତୀ ସାହୁ ପ୍ରମୁଖ ସହଯୋଗ କରିଛନ୍ତି ।
