ମାନବ ସେବା ହିଁ ମାଧବ ସେବା ଅନୁଷ୍ଠାନ ତରଫରୁ ନିଃଶୁଳ୍କ ପ୍ରସାଦ ଏବଂ ପାଣି ବଣ୍ଟନ
************************
ଶିଳ୍ପନଗରୀ ହୀରାକୁଦରେ ବିଶ୍ୱକର୍ମା ପୂଜା ଉପଲକ୍ଷେ ପ୍ରବଳ ଜନ ସମାବେଶକୁ ଆଖିରେ ରଖି ମାନବ ସେବା ହିଁ ମାଧବ ସେବା ଚାରିଟେବଲ ଟ୍ରଷ୍ଟ ତରଫରୁ ନିଃଶୁଳ୍କ ଅନ୍ନ, ଡାଲମା, ଖଟା ଏବଂ ପାଣିର ଆୟୋଜନ କରାଯାଇଥିଲା l ଏହି ସେବା କାର୍ଯ୍ୟକ୍ରମ ସକାଳ ୧୧ ଟାରୁ ଆରମ୍ଭ ହୋଇ ଅପରାହ୍ନ ୪:୩୦ ପର୍ଯ୍ୟନ୍ତ ଚାଲୁ ରହିଥିଲା l ଏଥିରେ ମୁଖ୍ୟ ଅତିଥି ଭାବରେ ହିଣ୍ଡାଲକୋ ଏଚ ଆର ହେଡ ଶ୍ରୀଯୁକ୍ତ ବିଶ୍ୱାସ ସିନ୍ଧେ,ସମ୍ମାନିତ ଅତିଥି ଭାବରେ ଆଈ ଆର/ଇ ଆର ହେଡ଼ ଶ୍ରୀଯୁକ୍ତ ସତ୍ୟ ପ୍ରସାଦ ଦାସ,ଓଡିଶା କ୍ଲଷ୍ଟର ସି ଏସ ଆର ହେଡ ଶ୍ରୀଯୁକ୍ତ ଶିବ ଶଙ୍କର ମହାପାତ୍ର, ଶ୍ରୀଯୁକ୍ତ ସୁକାନ୍ତ ମହାପାତ୍ର, ବି ଏମ ଏସ ୟୁନିଅନ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଜିତେନ୍ଦ୍ର ପଟନାୟକ ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ l ଏଥି ସହିତ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ଶତପଥୀ, ଉପସଭାପତି ଶ୍ରୀ ଯୋଗେଶ ହୋତା, ସମ୍ପାଦକ ଶ୍ରୀ ଜ୍ଞାନେନ୍ଦ୍ରୀୟ ଦାଶ, ସହ ସମ୍ପାଦିକା ଶ୍ରୀମତୀ ଇତିଶ୍ରୀ ଶତପଥୀ, ସଂଗଠନ ସମ୍ପାଦକ ଶ୍ରୀ ବିଜୟ କୁମାର ପଣ୍ଡା, କୋଷାଧକ୍ଷ ଶ୍ରୀମତୀ ବୀଣାପାଣି ଦାସ, ଯୁଗ୍ମ କୋଷାଧକ୍ଷ ଶ୍ରୀମତୀ ଶୁଭଶ୍ରୀ ନାୟକ, ବରିଷ୍ଠ ଉପଦେଷ୍ଟା ଶ୍ରୀ ଅରିନ୍ଦ୍ର ମହାନ୍ତି, ଶ୍ରୀ ପରମାନନ୍ଦ ସାହୁ, ଶ୍ରୀମତୀ ତ୍ରିବେଣୀ ପଣ୍ଡା, ଶ୍ରୀମତୀ ବିନୋଦିନୀ ଦେବତା ପ୍ରମୁଖ ଯୋଗ ଦେଇଥିଲେ l ହୀରାକୁଦ ଏବଂ ସମ୍ବଲପୁରର ଅନେକ ସଦସ୍ୟ /ସଦସ୍ୟା ଯଥା ଶ୍ରୀ ଅତନୁ ବହିଦାର, ଶ୍ରୀ ସୁରେନ୍ଦ୍ର ପ୍ରଧାନ, ଶ୍ରୀ ସଂଗ୍ରାମ ନାୟକ, ଶ୍ରୀ ବୀରେନ୍ଦ୍ର ନାରାୟଣ ଜେନା, ଶ୍ରୀ ଦେବଦତ୍ତ ପାଣିଗ୍ରାହୀ, ଶ୍ରୀମତୀ ସବିତାରାଣୀ ପାଣିଗ୍ରାହୀ ଶ୍ରୀ ସୁଶାନ୍ତ ସାହୁ,ଶ୍ରୀ ସୁକାନ୍ତ ଦାସ, ଶ୍ରୀମତୀ ସବିତା ଦାସ,ଶ୍ରୀମତୀ ଚିନ୍ମୟୀ ମିଶ୍ର, ଶ୍ରୀମତୀ କଳ୍ପନା ପ୍ରଧାନ,ଶ୍ରୀ ସନ୍ତୋଷ ମେହେର, ଶ୍ରୀମତୀ ଶୋଭାଗିନୀ ମେହେର, ଶ୍ରୀ ମାନ ଭଞ୍ଜନ ପଣ୍ଡା, ଶ୍ରୀ ରାଜେନ୍ଦ୍ର ଦାସ, ଶ୍ରୀ ବିକାଶ ଅଗ୍ରୱାଲ, ଶ୍ରୀ ଯୁଗଳ କିଶୋର ନାୟକ, ସାମ୍ବାଦିକ ଶ୍ରୀ ସୁରେନ୍ଦ୍ର ବିଶ୍ୱାଳ, ଶ୍ରୀମତୀ ସଂଯୁକ୍ତା ପଣ୍ଡା, ଶ୍ରୀମତୀ ଗୀତାଞ୍ଜଳୀ ପରିଡା ଶ୍ରୀ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ ଏବଂ ଆହୁରି ଅନେକ ମେମ୍ବର ମାନେ ଆସି ଯୋଗ ଦେଇଥିଲେ ଏବଂ ଖୁବ ସୁନ୍ଦର ଭାବରେ ସେବା କାର୍ଯ୍ୟଟିକୁ ସମ୍ପର୍ଣ୍ଣ କରିଥିଲେ l ଏହି ପରି ସେବା କାର୍ଯ୍ୟକୁ ଅତିଥି ମାନେ ଭୁୟସୀ ପ୍ରଶଂସା କରିବା ସହ ଆଗକୁ ଜାରି ରଖିବାକୁ ପ୍ରୋତ୍ସାହନ ଦେଇଥିଲେ ଏବଂ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ l
