*ଭାରତୀୟ ଜନତା ପାର୍ଟି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ*।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହେଇଥିଲା। ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ମାନ୍ୟବର ଶିକ୍ଷା ଓ ଆଦିବାସୀ ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦଘାଟନୀ କରିଥିବା ବେଳେ ଜିଲ୍ଲା ର ବିଭିନ୍ନ ମଣ୍ଡଳରୁ ବିଭିନ୍ନ କର୍ମୀ ଓ ରକ୍ତଦାତା ଯୋଗ ଦେଇ ୫୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ଭାବରେ ପୂର୍ବତନ ବିଧାୟକ କେ. ନାରାୟଣ ରାଓ, ଜିଲ୍ଲା ସଭାପତି ନବ କିଶୋର ଶବର ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ଇ. ପ୍ରଶାନ୍ତ, ମୋହନା ନିର୍ବାଚନ ମଣ୍ଡଳୀ ବରିଷ୍ଠ ନେତା ପ୍ରଶାନ୍ତ ମଲ୍ଲିକ, ସାଂସଦ ପ୍ରତିନିଧି ବିଜୟ କୁମାର, ଯୁବ ମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ର, ମହିଳା ମୋର୍ଚ୍ଚା ସଭାପତି ଅରୁଣିମା ସାହୁ, ଯୁବ ନେତା କୋରୁଡୁ ଜୀବନ ଓ ଅନ୍ୟାନ୍ୟ ମଣ୍ଡଳ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ। ସେବା ସପ୍ତାହ ର ଅନ୍ୟ ତମ ପ୍ରମୁଖ କାର୍ଯ୍ୟକ୍ରମ ରକ୍ତଦାନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କର୍ମୀ ମାନେ ଜନ୍ମ ଦିବସ ଶୁଭେଚ୍ଛା ଜଣାଇଥିବା ଯୋଗୁଁ ମନ୍ତ୍ରୀ ସମସ୍ତ ରକ୍ତଦାତା ଙ୍କୁ ଧନ୍ୟବାଦ୍ ଜଣାଇଥିଲେ।
ରକ୍ତଭଣ୍ଡାର ଟେକନିଶିଆନ ଖଗେଶ୍ବର ବେହେରା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ରକ୍ତଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
