ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ ରୁ ସ୍ବତନ୍ତ୍ର ସ୍ବାସ୍ଥ୍ୟ କ୍ୟାମ୍ପ “ସୁସ୍ଥ ନାରୀ ସଶକ୍ତ ପରିବାର ରାଷ୍ଟ୍ରୀୟ ଅଭିଯାନ” ଶୁଭାରମ୍ଭ ହୋଇଅଛି। ଏହି କାର୍ଯ୍ୟକ୍ରମ ଆଜି ୧୭ ତାରିଖ ଠାରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ ମହିଳା ସୁସ୍ଥ ହେଲେ ପରିବାର ସଶକ୍ତ ହୋଇଥାଏ। ତେଣୁ ଶୂନ ବର୍ଷ ରୁ ଆରମ୍ଭ କରି ସମସ୍ତ ବର୍ଷ ମହିଳା ଙ୍କୁ ବିଶେଷ ରୂପେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ମହିଳାଙ୍କ ଉଚ୍ଚ ରକ୍ତଚାପ, ମଧୂମେୟ, ଉଚ୍ଚତା, ଓଜନ ଏବଂ ଅନେକ ପରୀକ୍ଷ କରି ତାଙ୍କୁ ଆବଶ୍ୟକ ଜୀବନ ଶୈଳୀ ରେ ପରିବର୍ତ୍ତନ ଆଣି ନିଜ ସୁସ୍ଥ ରହି ନିଜ ପରିବାରକୁ ସଶକ୍ତ କରିବାକୁ ଆହ୍ବାନ କରିଛନ୍ତି। ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରୁମ ନମ୍ୱର୍ ୧୬ ରେ ମହିଳା ଙ୍କ ସ୍ବତନ୍ତ୍ର ଚିକିତ୍ସା ହେଉଥିବା ବେଳେ ତାଙ୍କୁ ରକ୍ତ ହୀନତା ଏବଂ ପୁଷ୍ଟି ହୀନତା ରୁ ଦୂର ରଖିବା ପାଇଁ ଏହି କାର୍ଯ୍ୟକ୍ରମ ଅନେକ ସହାୟକ ହେବ। ଏହି ଶିବିର ବ୍ଲକ୍ ସ୍ତରୀୟ ଏବଂ ସମସ୍ତ ପିଏଚସି କେନ୍ଦ୍ର ମଧ୍ୟ ଅନୁଷ୍ଠିତ ହେବା ଡ଼.ମହେନ୍ଦ୍ର ମାଝୀ
