ନୂଆପଡା (ମିଖାଏଲ ନନ୍ଦ) : ନ୍ୟାସନାଲ କଲେଜ ନୂଆପଡ଼ାରେ ହିନ୍ଦୀ ଦିବସ ପାଳିତହୋଇଯାଇଅଛି। ହିନ୍ଦୀ ଦିବସ ଅବସରରେ ହିନ୍ଦୀ ପକ୍ଷିକ ଆୟୋଜନ କରାଯାଇଥିଲା। ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।କୃତି ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ରୂପେ ପ୍ରସିଦ୍ଧ କବି ରାକେଶ ଜୈନ ଯୋଗ ଦେଇ ଓଡ଼ିଶା ସୀମା ରେ ରହି ହିନ୍ଦୀ ଭାଷା ର ବହୁଳ ବ୍ୟବହାର କରିବା ସହ ଶୁଦ୍ଧ ହିନ୍ଦୀ କହିବା ପାଇଁ ଆହ୍ବାନ କରିଥିଲେ। ବିଭିନ୍ନ କବିତା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ହିନ୍ଦୀ ଭାଷା ପ୍ରତି ଆକର୍ଷିତ କରିବାକୁ ଚେଷ୍ଟା କରିଥିଲେ ସଭା ରେ କଲେଜ ଅଧ୍ୟକ୍ଷ ହିତେଶ ସାହୁ, ପ୍ରଫେସର ବିଧାନ ମିଶ୍ର, କ୍ରୀଡା ଅଧ୍ୟାପକ ପ୍ରକାଶ ସାହୁ, କୋମଲ ଲାଲ ଚନ୍ଦ୍ରକର, ହିନ୍ଦୀ ବିଭାଗ ମୁଖ୍ୟ ଜଗନ୍ନାଥ ମେହେର ସଭା ପରିଚାଳନା କରିଥିଲେ । ଶିକ୍ଷକ ବିଶ୍ୱଜିତ କାଲତା ଜୀ, ଶିକ୍ଷୟିତ୍ରୀ ନମ୍ରତା ତ୍ରିପାଠି ଏହି ବୈଠକର ଉଦ୍ଦେଶ୍ୟ କହିଥିଲେ ଏବଂ ବିଭାଗ ମୁଖ୍ୟ ଜଗନ୍ନାଥ ମେହେର ଅତିଥିମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଶିକ୍ଷକ ଶୁକଦେବ ଭିଲ, ହେମଲ ସା, ରଞ୍ଜିତ ନାୟକ, ଲିଙ୍ଗରାଜ ବିଶି, ଯଶୋବନ୍ତ ଭୋଇ, ଶିକ୍ଷୟିତ୍ରୀ ଆଶା ମେହେର, ମେରୀ ଆଶା ଟୋପୋ ଇତ୍ୟାଦି ଏଥିରେ ଯୋଗ ଦେଇ ଏହି ସଭାକୁ ସଫଳ କରିଥିଲେ।
