ବୌଦ୍ଧ (କୃଷ୍ଣ ଚନ୍ଦ୍ର ସିଂହ) : ଜ଼ିଲ୍ଲା ଷ୍ଟାଡିୟମ ପରିସରରେ ସାଂସଦ ଖେଳ ମହୋତ୍ସବ ର ସଫଳ ରୁପା୍ୟନ ଓ ପଞ୍ଜିକରଣ ନିମନ୍ତେ ଜ଼ିଲ୍ଲା ର କ୍ରୀଡା ଶିକ୍ଷକ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି କର୍ମଶାଳା ରେ ଲୋକସଭା ନିର୍ବାଚନ ମଣ୍ଡଳୀ ର ଖେଳାଳି ମାନଙ୍କ ର କିଭଳି ଭାବେ ସଠିକ ଏବଂ ଅଧିକ ସଂଖ୍ୟା ରେ କିପରି ପଞ୍ଜିକରଣ ହୋଇପାରିବ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା l ଏଥିସହ ଅନଲାଇନ ପଞ୍ଜିକରଣ ର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରାଯିବା ସହ ବହୁଳ ପରିମାଣ ରେ ପଞ୍ଜିକରଣ ପାଇଁ ମଧ୍ୟ ସେମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା l ଖେଳାଳି ମାନେ ସେପ୍ଟେମ୍ବର 20 ତାରିଖ ସୁଦ୍ଧା ପଞ୍ଜିକରଣ କରିପାରିବେ l ଇଛୁକ ଖେଳାଳି ମାନେ ଫୁଟବଲ, କ୍ରିକେଟ,ଭଲିବଲ, ବ୍ୟାଡ଼ମିଣ୍ଟନ, ଚେସ, ପୁଚି, କବାଡି, ଖୋଖୋ ଖେଳିବା ପାଇଁ ନାମ ଉଭୟ ପୁରୁଷ ଓ ମହିଳା ପଞ୍ଜିକରଣ କରିବା ଅନିର୍ବlଜ୍ୟ ଅଟେ l ଇଛୁକ ଖେଳାଳି ସାଂସଦ ଖେଳ ମହୋତ୍ସବ ପୋର୍ଟାଲ ରେ ଅନ ଲାଇନ ଜରିଆରେ ନିଜ ର ନାମ କିମ୍ୱା ନିଜ ଦଳର ନାମ ପଞ୍ଜିକରଣ କରିପାରିବେ lକ୍ରୀଡା ପ୍ରତିଯୋଗିତା ଗୁଡିକ ପଂଚାୟତ, ବ୍ଲକ, ବିଧାନସଭା ଓ ଲୋକସଭା ସ୍ତର ରେ ସେପ୍ଟେମ୍ବର 21 ଠାରୁ ଡିସେମ୍ବର 25 ତାରିଖ (ପ୍ରାୟ 3 ମାସ ) ପର୍ଯ୍ୟନ୍ତ ଆୟୋଜନ କରାଯିବ l ଏହି କର୍ମଶାଳା ରେ ଜ଼ିଲ୍ଲା କ୍ରୀଡା ଅଧିକାରୀ ସୁଦାମ କୁମାର ସ୍ୱାଇଁ ସମସ୍ତ ଙ୍କୁ ସ୍ୱାଗତ କରିଥିବା ବେଳେ ବୌଦ୍ଧ ଜ଼ିଲ୍ଲା କ୍ରୀଡା ସଂଘ କୋଷାଧ୍ୟ୍ୟକ୍ଷ ସୁଶୀଲ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ l ଏହି କର୍ମଶାଳା ରେ ସାଂସଦ ଙ୍କ ଜ଼ିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ ସାସାଦ କ୍ରୀଡା ମହୋତ୍ସବ ର ଲକ୍ଷ, ଉଦ୍ଦେଶ୍ୟ ବିଷୟରେ ରେ ଆଲୋକପାତ କରିବା ସହ ଏହି କ୍ରୀଡା ମହୋତ୍ସବ କୁ ସଫଳ କରିବା ପାଇଁ ସମସ୍ତ ଙ୍କୁ ଆହ୍ୱାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ,ବୌଦ୍ଧ ବ୍ୟାଡ଼ମିଣ୍ଟନ ର ସମ୍ପାଦକ ସୁନ୍ଦର ପ୍ରକାଶ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଲମ୍ବୋଦର ପୁରୋହିତ, ଶାରୀରିକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେରା, ମାଇ ଭାରତ ସଂଯୋଜକ ଆସମାନ ମହାକୁଡ଼ 15 ଟି ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ମାନେ ଉପସ୍ଥିତ ରହି ନିଜ ମତାମତ ଦେଇଥିଲେ l
