ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ନୂଆଁଖାଇ ଭେଟଘାଟ ଉତ୍ସବ ପାଳିତ ହୋଇଥିବା ବେଳେ ତିନି କେବିନେଟ ମନ୍ତ୍ରୀ ଯୋଗଦାନ କରିଥିଲେ। ନୂଆଁଖାଇ ଭେଟଘାଟ ଏବଂ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ପଞ୍ଚାୟତି ରାଜ ମନ୍ତ୍ରୀ ରବୀ ନାରାୟଣ ନାଏକ, ଗଣଶିକ୍ଷା ମନ୍ତ୍ରୀ ଧର୍ମୁ ଗଣ୍ଡ, ଏବଂ ପଡୋଶୀ ଛତିଶଗଡ଼ କୃଷି ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ରାମ ବିଚାର ନେତାମ ଯୋଗ ଦେଇ ଦଳୀୟ ସାଙ୍ଗଠାନିକ ମଜଭୁତ ପାଇଁ ଆହ୍ବାନ କରିଥିଲେ।ସଭାରେ ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତ୍ତନ୍ ସାଂସଦ ବସନ୍ତ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ସଭାରେ ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ଡ଼.ସୋନିଆ ଜୈନ୍, ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଯୋଗ ଦେଇଥିଲେ। ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳୀ ଓ ଶୋକ ସଭା କରି ସଭାକୁ ଶୀଘ୍ର ସାଙ୍ଗ କରିଥିଲେ ।
