

ଗଜପତି ( ଟିକି ଲିମା) : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ସନତୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ରେମ୍ପିପି ଗ୍ରାମରେ ଆଜକୁ ସାତ ଦିନ ଧରି ଚାଲିଥିବା ଶ୍ରୀମଦ୍ ଭାଗବତ ମହାପୁରାଣ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି। ଚଳିତ ମାସ ୧ ସେପ୍ଟେମ୍ବର ଠାରୁ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଉତ୍ସବ ପାଳିତ ହୋଇ ଥିଲା।
ଏହି ପରୀପ୍ରେକ୍ଷୀରେ ସମସ୍ତ ନିତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଥିବା ବେଳେ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।ଏହି ଅବସରରେ ଭାରତୀୟ ଜନତା ପାର୍ଟି ର ରାୟଗଡ଼ ମଣ୍ଡଳ ସଭାପତି ସୁଶାନ୍ତ ପ୍ରାଧନୀ, ବ୍ଲକ୍ ଯୁବ ମୋର୍ଚ୍ଚା, ସଭାପତି, ସୁମନ ପ୍ରାଧନି, ଓ ବରିଷ୍ଟ ବିଜେପି ନେତା ଶ୍ରୀନିବାସ ପାଇକ ପ୍ରମୁଖ ଉପସ୍ଥିତ ଥିଲେ। ଯାହାକି ଆଜି ଅପରାହ୍ନ ପାଞ୍ଚଟା ବେଳେ ଗ୍ରାମବାସୀଙ୍କ ପକ୍ଷରୁ କୁହା ଯାଇଛି।
