ବସ୍ତା (ସେଖ ଆଜାରୁଦ୍ଦିନ) :ଗଣେଶ ପୂଜା ଅବସରରେ ସଦର ବ୍ଲକ ରୂପସା ବରହମପୁର ଛକ ସ୍ଥିତ ରାଉଡି ବଏଜ କ୍ଲବ୍ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ଆମ ଓଡ଼ିଶା ସହଯୋଗରେ ଆୟୋଜିତ ଶିବିରକୁ ମୁଖ୍ୟ ଅତିଥି ଭାବେ ବସ୍ତା ଏସଡିପିଓ ମାନସ କୁମାର ଦେଓ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ପରିବେଶବିତ୍ ତଥା ଜିଲ୍ଲା ରକ୍ତଦାତା ସଂଘର ଉପ ସଭାପତି ସୁମନ୍ତ କୁମାର ଜେନା, ରୂପସା ଓଆଈସି ମୌସୁମୀ ମହାନ୍ତି, ଏଏସଆଇ ବବି ମିଶ୍ର ଓ ବାଲେଶ୍ୱର ରକ୍ତ କେନ୍ଦ୍ରର ଡାକ୍ତର ଅଙ୍କିତା ମହାପାତ୍ର ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମାଜସେବୀ ମନୋରଞ୍ଜନ ନାୟକ ଓ ବ୍ଲକର ଉପଦେଷ୍ଟା ସୁବାସ ପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରୁ ୬୬ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ବାଲେଶ୍ୱର ରକ୍ତ କେନ୍ଦ୍ରର ଟେକ୍ନିସିଆନ୍ ଅକ୍ଷୟ କୁମାର ଜେନା ଓ ଅଜୟ କୁମାର ମହାପାତ୍ର ରକ୍ତ ସଂଗ୍ରହ କରିଥିଲେ। କ୍ଲବ ସଭାପତି ଦେବ ଶଙ୍କର ମହାପାତ୍ର, ସମ୍ପାଦକ ସତ୍ୟପ୍ରକାଶ ମହାପାତ୍ର, କୋଷ୍ଠାଧକ୍ଷ ପ୍ରଶାନ୍ତ ଜ୍ୟୋତି, ସଭ୍ୟ ଚିତ୍ତନ୍ ମଲ୍ଲିକ, ତପନ ପାତ୍ର, ରତନ ଲାଲ ମହାପାତ୍ର, ଜଗନ୍ନାଥ ସାହୁ, ଅକ୍ଷୟ ସେଠୀ, ନିରୋଦ ବେହେରା, ସିଦ୍ଧାର୍ଥ ବଡେ଼ଇ, ରିପନ୍ ବେହେରା, ରାଜେନ୍ଦ୍ର କୁମାର ସାହୁ, ଅରୁଣ ସାହୁ, ପ୍ରଶାନ୍ତ ପରିଡ଼ା, ରଞ୍ଜନ ମହାପାତ୍ର, ମନୋଜ ପ୍ରଧାନ, ସଞ୍ଜୟ ବେହେରା, ଆକାଶ ମହାପାତ୍ର, ଶଙ୍କର ବେହେରା, ଶୁଭମ୍ କୁମାର ସାହୁ ଶିବିରକୁ ପରିଚାଳନା କରିଥିବା ବେଳେ କ୍ଲବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।
