ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କୋମନା ସାହିତ୍ୟ ସଂସଦ ଗଠିତ ହୋଇ ଯାଇଛି। ପ୍ରମୋଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ରେ ସାହିତ୍ୟର ଉନ୍ନତି ବିଧାନ ପାଇଁ ଚର୍ଚ୍ଚା ହୋଇଥିଲା। ଅଶୋକ କୁମାର ପାଢ଼ୀ ସମେତ ଅନ୍ୟାନ୍ୟ ସୁଧୀବୃନ୍ଦ ସାହିତ୍ୟ ସାଧନା ପାଇଁ ଯୁବ ସାହିତ୍ୟିକ ଙ୍କ ଅଗ୍ରାଧିକାର ସହ ଶ୍ରୀବୃଦ୍ଧି ପାଇଁ ମତାମତ ପୋଷଣ କରିଥିଲେ। କୋମନା ସାହିତ୍ୟ ସଂସଦର ସଭାପତି ରୂପେ ପ୍ରବୋଧ କୁମାର ହୋତା ଓ ସମ୍ପାଦକ ରୂପେ ମାୟାଧର ସରାଫ ନିର୍ବାଚିତ ହୋଇଥିଲେ।ଉପସଭାପତି ରଜତ କୁମାର ପାଣିଗ୍ରାହୀ, ସହ ସମ୍ପାଦକ ମିୟୋଗ ରଞ୍ଜନ ପାତ୍ର, କୋଷାଧ୍ୟକ୍ଷ ମାନସ ପଦ୍ମ ପଣ୍ଡା, ସକ୍ରିୟ ସଦସ୍ୟ ମନୋଜ କୁମାର ଅଦା ଓ ମନୋଜ କୁମାର ମଲ୍ଲିକ ନିର୍ବାଚିତ ହୋଇଥିଲେ।ଉପଦେଷ୍ଟା ମଣ୍ଡଳୀରେ ଶ୍ରୀ ଗଙ୍ଗାଧର ପାଣିଗ୍ରାହୀ, ପ୍ରମୋଦ କୁମାର ପାଢ଼ୀ, ଯୁଗଳ କିଶୋର ମିଶ୍ର, ବୀରେନ୍ଦ୍ର ପ୍ରଧାନ, ଶରତ ଚନ୍ଦ୍ର ପାଣିଗ୍ରାହୀ, ଘନଶ୍ୟାମ କରୁଆ, କୃଷ୍ଣରାଜ ମହାପାତ୍ର, ଅଶୋକ କୁମାର ମିଶ୍ର, ନଗେନ୍ଦ୍ର ନାଥ ପଣ୍ଡା ମନୋନୀତ ହୋଇଥିଲେ।ଶ୍ରୀ ରାଜେଶ ହୋତା ଓ ଶ୍ରୀ ଅଶ୍ଵିନୀ ମଲ୍ଲିକ ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
