ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ ଜିଲ୍ଲା ଅନ୍ତର୍ଗତ ଖଡିଆଳ ଠାରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ସ୍ଥାପନ ନେଇ ମାନ୍ୟବର ହାଇକୋର୍ଟ ଆଦେଶ ଜାରି କରିଛନ୍ତି। ଆସନ୍ତା ୦୨ ତାରିଖ ଦିନ ବିଦ୍ଧିବାତ୍ତ ଭାବରେ ଖଡିଆଳ କୋର୍ଟ ପରିସର ଏଡିଜେ କୋର୍ଟ ଉଦ୍ଘାଟନ ହେବା ନେଇ ସ୍ଥିରୀକୃତ ହୋଇଅଛି। ଉଦ୍ଘାଟନ ନେଇ ବିଭାଗୀୟ ପତ୍ରାଲାପ ହୋଇଥିବା ବେଳେ ଏଡ଼ିଜେ ରୂପେ ପ୍ରଣାମ କୁମାର ରାଉତ ଯୋଗଦାନ କରିବେ। ଜିଲ୍ଲା କୋର୍ଟ ପକ୍ଷ ରୁ ମଧ୍ୟ ଜିଲ୍ଲାର ୭ ଗୋଟି ଓକିଲ ସଂଘ ଙ୍କୁ ମଧ୍ୟ ଉଦ୍ଘାଟନ ନେଇ ସୂଚିତ କରି ପତ୍ରାଲପ ହୋଇଅଛି।
