ନୂଆପଡା (ମିଖାଏଲ ନନ୍ଦ) :ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ରାନୀମୁଣ୍ଡା ଗ୍ରାମପଞ୍ଚାୟତ ଅନେକ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ ସାଧିତ ହୋଇଅଛି। ବନ୍ ପାହାଡ ଘେରା ଏହି ପଞ୍ଚାୟତ ରେ ୪ ଗୋଟି ୱାର୍ଡ ରହିଅଛି। ୨୦୦ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଅନେକ ସମସ୍ୟା ଦେଖାଯାଉଥିଲା। ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ବାରା ତିଖାଲି ଜଳ ରାଶିରୁ ବିଶୁଦ୍ଧକରଣ ପ୍ଲାଣ୍ଟ ରୁ ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇଅଛି। ହର ଘର ଜଳ ଯୋଜନା ରେ ନିଜ ଦ୍ୱାର ମୁହଁ ରେ ପାନୀୟ ଜଳ ସଂଗ୍ରହ କରି ଅଞ୍ଚଳ ବାସୀ ଖୁସି ବ୍ୟକ୍ତ କରିଛନ୍ତି। ନିୟମିତ ପାନୀୟ ଜଳ ଯୋଗାଣ ହେଲେ ଅଞ୍ଚଳ ବାସୀ ନିଜ ର ଦୈନନ୍ଦିନ କାର୍ଯ୍ୟ ଶେଷ କରି ରୋଜଗାର ରେ ନିଜକୁ ନିୟୋଜିତ କରିବେ ବୋଲି କହନ୍ତି। ବିଭାଗୀୟ ଯନ୍ତ୍ରୀଙ୍କୁ ପାନୀୟ କଲ ଯୋଗାଣ ନେଇ ଆବଶ୍ୟକ ପଦକ୍ଷେପ ପାଇଁ ଅନୁରୋଧ କରିଥିଲେ। ଗ୍ରାମକୁ ପାନୀୟ ଜଳ ଯୋଗାଣ ରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାରୁ ଗ୍ରାମବାସୀ ମାନେ ବିଭାଗ କୁ ସାଧୁବାଦ୍ ଦେଇଛନ୍ତି।
