ଗଜପତି (ଟିକି ଲିମା) :
ପ୍ରାୟ ଏକ ଶହ ମଟରସାଇକେଲ ରେ ଦୁଇ ଶହରୁ ଊର୍ଦ୍ଧ୍ବ ଲୋକ ତ୍ରିରଙ୍ଗା ପତାକା ଧରି ରାୟଗଡ ଠାରୁ ବାହାରି ପାରଳାଖେମୁଣ୍ଡି ଠାରେ ସହର ପରିକ୍ରମା କରିଥିଲେ l ଏହି ଭଳି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ହୋଇଥିବାବେଳେ ଲୋକଙ୍କ ମନରେ ଦେଶ ପ୍ରେମ ର ଭାବ ଦେଖି ବାକୁ ମିଳିଥିଲା । ରାୟଗଡ଼ ବ୍ଲକ୍ ଅଫିସ୍ ସମ୍ମୁଖରୁ ବାହାରି ଜାତୀୟ ପତାକାର ଗୌରବ ଓ ଏକତା ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ତ୍ରିରଙ୍ଗା ପତକା ହାତରେ ଧରି ବିଭିନ୍ନ ପ୍ରକାର ଦେଶାତ୍ମକ ସ୍ଳୋଗାନ ଦେଈ ପାରଳାଖେମୁଣ୍ଡି ସହରେ ପରିକ୍ରମା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ବିଜେପି ଜିଲ୍ଲା ସଭାପତି ନବକିଶୋର ଶବରଙ୍କ ନିର୍ଦ୍ଧେଶ କ୍ରମେ ରାୟଗଡ଼ ମଣ୍ଡଳ ସଭାପତି ସୁଶାନ୍ତ କୁମାର ପ୍ରଧାନୀ ଓ ଜିରାଙ୍ଗ ମଣ୍ଡଳ ସଭାପତି ପ୍ରତାପ ପାଇକଙ୍କ ନେତୃତ୍ୱ ରେ କାର୍ଯ୍ଯକ୍ରମ ହୋଇ ଥଇ ଲା । ଏଥିରେ ଜିଲ୍ଲା ସଭାପତି ନବକିଶୋର ଶବର ରାୟଗଡ଼ ବ୍ଲକ ସାଂସଦ ପ୍ରତିନିଧି ପ୍ରଦୀପ କୁମାର ବିଶୋଇ, ଗଜପତି ଜିଲ୍ଲା ସାଂସଦ ପ୍ରତିନିଧି ଆର .ବିଜୟ କୁମାର, ପୁତାର ପଞ୍ଚାୟତ ସମିତି ସଭ୍ୟ ଲୋକନାଥ ଦଳାଇ ,ରାୟଗଡ଼ ପୂର୍ଵତନ ସରପଞ୍ଚ ଦୀପ୍ତିପ୍ରଭା ଶବର, ପୂର୍ବତନ ମଣ୍ଡଳ ସଭାପତି ଜଗନ୍ନାଥ ଖାଡ଼ଙ୍ଗାଲୁ ,ରାୟଗଡ଼ ମଣ୍ଡଳର ଉପସଭାପତି ରବୀନ୍ଦ୍ର ରାଇପାତ୍ର, ଯୁବମୋର୍ଚା ସଭାପତି ସୁମନ ପ୍ରଧାନୀ ଓ ବରିଷ୍ଠ ବିଜେପି ନେତା ଚିତ୍ତରଞ୍ଜନ ମହାନ୍ତି, ମାଗୁଣି ମହାପାତ୍ର ଓ ଶ୍ରୀନିବାସ ପାଇକ ଆକାଶ କୁମାର ଘଡେ଼ଇ ଏହି ତ୍ରିରଙ୍ଗା ସଭାଯାତ୍ରାରେ ଉପସ୍ଥିତଥିଲେ।
