ଯାଜପୁର/ଜେନାପୁର (କୁଲୁ ବରାଳ) : ଧର୍ମଶାଳା ବ୍ଳକ ଜେନାପୁର ପଞ୍ଚାୟତ ଥିବା ଜାଭିୟର କିଡ୍ସ୍ ସ୍କୁଲ ରେ ୭୯ତମ ସ୍ଵାଧୀନତା ଦିବସ ପାଳିତ ହୋଇଅଛି। ଏମ ଡି ସମ୍ବିତ ଦାସ୍ ଙ୍କ ସଭାପତିତ୍ୱ ରେ ଏହି ବିଦ୍ୟାଳୟ ରେ ସ୍ଵାଧୀନତା ଦିବସ ପାଳନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟଳାୟର ପ୍ରିନ୍ସିପାଲ ସୂଦତା କର ପତାକା ଉତ୍ତୋଳନ କରିଥିଲେ। ବିଦ୍ୟଳାୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସଂଗୀତ ପରିବେଷଣ କରାଯାଇଥିଲା। ପତାକା ଉତ୍ତୋଳନ ପରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ମାନେ ବୁଲି ବୁଲି ଜେନାପୁର ପଞ୍ଚାୟତ ରେ ବିଭିନ୍ନ ସ୍ଥାନକୁ ଯାଇ କୁ ଯାଇ ଜାତୀୟ ପତକା ଲୋଗୋ ଦେବା ସହିତ ଅଭିନନ୍ଦନ ଜଣାଇଥିଲେ। କୋ ଅଡିଟର ସୋନାଲି ରାଉତ, ସିନିୟର୍ ଶିକ୍ଷକ ମନ୍ମଥ ପଣ୍ଡା,ମଧୁସ୍ମିତା ସ୍ବାଇଁ, ଇତିଶ୍ରୀ ଦାସ,ରୃତୁପଣ୍ଣା ଷେଣ୍ଢ,ତୁଲସି ଦଳେଇ, ମୋହିନୀ ଜେନା,ବର୍ଷାରାଣୀ ସାହୁ, ସ୍ନେହଲତା ରାଉତଙ୍କ ସହ ବିଦ୍ୟଳାୟର ସମସ୍ତ କର୍ମକର୍ତା ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ। ବକ୍ତା ମାନେ ସ୍ବାଧୀନତା ଦିବସ ର ତାତ୍ପର୍ଯ୍ୟ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟଳୟ ତରଫରୁ ପିଲା ମାନଙ୍କୁ ଫଳ ଓ ମିଷ୍ଟାନ ବଣ୍ଟନ କରାଯାଇ ଥିଲା।
