
କାମାକ୍ଷାନଗର (ଗୋକୁଳାନନ୍ଦ ବେହେରା) : କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ପରିଚାଳନା ଗତ ଅବ୍ୟବସ୍ଥା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି l ଉପଖଣ୍ଡ ଚିକିତ୍ସାଳୟରେ ୩୩ ଜଣ ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ୬ ଜଣ ଡାକ୍ତର ରହିଛନ୍ତି l ଦାୟିତ୍ୱରେ ରହିଥିବା ମୁଖ୍ୟ ପରିଚାଳକ ଡାକ୍ତର ଜଣଙ୍କ ୨00୨ ମସିହାରୁ କାମାକ୍ଷାନଗରରେ ଅବସ୍ଥାପିତ ହୋଇ ୧୮ ମସିହାରେ ପଦୋର୍ନ୍ନତି ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଛି ବର୍ଷ ରହି ପୁନଶ୍ଚ କାମାକ୍ଷାନଗର ଉପଖଣ୍ଡ ଦାୟିତ୍ୱ ଗତ ୨୩ ମସିହା ଜୁଲାଇ ମାସ ରୁ ନେଇଛନ୍ତି l ଡାକ୍ତର ଜଣଙ୍କ ଆସିବା ଦିନଠାରୁ ଚିକିତ୍ସାଳୟରେ ଥିବା କେତେକ ଡାକ୍ତରଙ୍କୁ ନିଜକୁ ସୁହାଇବା ଭଳି କାର୍ଯ୍ୟ କରିବାକୁ ନିର୍ଦେଶ ଦେବା ସହିତ ନିଜେ ନିଜ ସରକାରୀ ବାସଭବନରେ କାର୍ଯ୍ୟାଳୟ ସମୟରେ ରୋଗୀ ଦେଖନ୍ତି l ଦାୟିତ୍ୱରେ ଥିବା ସୁରକ୍ଷା କର୍ମଚାରୀଙ୍କ ଦ୍ୱାରା ଚିକିତ୍ସାଳୟକୁ ଆସୁଥିବା ରୋଗୀମାନଙ୍କୁ ଘରକୁ ଆଣି ଦେଖିବା ଏବଂ ତାଙ୍କ ଠାରୁ ୩ ଶହ ରୁ ୪ ଶହ ପର୍ଯ୍ୟନ୍ତ ଫିସ ନେବା, ନିଜ ପରିଚାଳନାରେ ଥିବା ପାଥୋଲାବ ରେ ପରୀକ୍ଷା କରିଥାନ୍ତି l ପୁଣି ଔଷଧ କମ୍ପାନୀ ଠାରୁ ପ୍ରାପ୍ତ ଔଷଧକୁ ରୋଗୀମାନଙ୍କୁ ପ୍ରଦାନ କରୁ ଥିବାର ମଧ୍ୟ ଅଭିଯୋଗ ହେଉଛି l ଏତଦ ବ୍ୟତୀତ ଜଣେ ମହିଳା ସୁରକ୍ଷା କର୍ମୀ ନିୟୋଜିତ କରିଥିବା ବେଳେ କର୍ମୀ ଜଣଙ୍କ ତାଙ୍କର କର୍ତ୍ତବ୍ୟ ସଠିକ ଭାବେ ସଂପଦନ କରୁ ନଥିବା ରୁ ଅନ୍ୟ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି l କାର୍ଯ୍ୟାଳୟରେ ଜନୈକ ବରିଷ୍ଠ କିରାଣୀ ୧୨ ବର୍ଷରୁ ଉର୍ଦ୍ଧ ଏଠାରେ ଅବସ୍ଥାପିତ ରହି କର୍ମଚାରୀ ମାନଙ୍କୁ ଘର ଯୋଗାଇବା ଏବଂ ସେମାନଙ୍କର କାଗଜତ ପାଇଁ ବ୍ୟାପକ ଅର୍ଥ ଶୋଷଣ କରୁଥିବା ରୁ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି l ଚିକିତ୍ସାଳୟରେ ନିୟୋଜିତ ମହିଳା ପରିଚାଳକ ୭ ବର୍ଷରୁ ଉର୍ଦ୍ଧ କାଳ ରହି ବ୍ୟାପକ ଦୁର୍ନୀତିରେ ସମ୍ପୃକ୍ତ ରହୁଥିବାର ମଧ୍ୟ ଅଭିଯୋଗ ହେଉଛି l ବହିର୍ଵଭାଗ ରେ ଜଣେ ମାତ୍ର ଡାକ୍ତର ଙ୍କୁ ନିୟୋଜିତ କରି ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନଙ୍କୁ ଧାଡିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରାନ୍ତି l ଗତ ଜୁନ ମାସ ୧୬ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କାମାକ୍ଷାନଗର ଗସ୍ତରେ ଆସି ଚିକିତ୍ସାଳୟ ବୁଲୁଥିବା ସମୟରେ ବିଜେପି କାର୍ଯ୍ୟକର୍ତ୍ତା ଏ ସଂକ୍ରାନ୍ତରେ ଜଣାଇବା ପରେ ଘଟଣା ସ୍ଥଳରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ l ହେଲେ ଦୀର୍ଘ ୨ ମାସ ଅତିକ୍ରାନ୍ତ କରିବାକୁ ବସିଥିବା ବେଳେ ସଂପୃକ୍ତ ଡାକ୍ତଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରି ନାହିଁ l ଏଥିପାଇଁ କାମାକ୍ଷାନଗର ରେ ଚର୍ଚ୍ଚା ବେଶ ଆଲୋଦନ ସୃଷ୍ଟି କରିଛି l